ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି; ସୋମବାର ଜିଲ୍ଲାରେ ସବୁ ସ୍କୁଲ ବନ୍ଦ
Published By : Prameya-News7 Bureau | August 17, 2025 IST

ଭୁବନେଶ୍ୱର: ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି। ସହରର ବିଭିନ୍ନ ସ୍ଥାନ ଏକ ଜଳବନ୍ଦୀ ସ୍ଥିତି। ରାସ୍ତା ଉପରେ ଦୁଇରୁ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାବେଳେ ଲୋକଙ୍କ ଘର ଭିତରେ ଚାରି ଫୁଟ ପାଣି ପସିଛି । ଅନେକ ସ୍ଥାନରେ ଦୋକାନରେ ମଧ୍ୟ ପାଣି ପଶିଛି। ତେବେ ପାଣି ନିଷ୍ପାସନ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
ସେପଟେ ସୋମବାର ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଥିବାବେଳେ, ସତର୍କତାମୂଳକ ପଦକ୍ଷେପ ନେଇ ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସ୍କୁଲ- କଲେଜ ସହ ଅଙ୍ଗନଓ୍ବାଡ଼ି ମଧ୍ୟ ବନ୍ଦ ରହିବ।
ସମ୍ବନ୍ଧିତ ଖବର







