ନିର୍ବାଚନୀ ପ୍ରଚାରରେ ବଡ଼ ଦାବି କଲେ ମମତା ବାନାର୍ଜୀ, ବିଜେପି ଉପରେ ଆଣିଲେ ଏଭଳି ଅଭିଯୋଗ

ନିର୍ବାଚନୀ-ପ୍ରଚାରରେ-ବଡ଼-ଦାବି-କଲେ-ମମତା-ବାନାର୍ଜୀ,-ବିଜେପି-ଉପରେ-ଆଣିଲେ-ଏଭଳି-ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ନିକଟରେ ଭାରତୀୟ ଜନତା ପାର୍ଟି (BJP) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲା। ଆଉ ଆଜି (ସୋମବାର) ମମତା ବାନାର୍ଜୀ ବିଜେପିକୁ କଟାକ୍ଷ କରିଛନ୍ତି। ବେଲଦାରେ ଏକ ନିର୍ବାଚନୀ ରାଲିରେ, ସେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ପରେ ବିଜେପି ଟଙ୍କା ଏବଂ ଗ୍ୟାସ୍ ଉଭୟ ବନ୍ଦ କରିଦେବ। ଏହା ପୂର୍ବରୁ ଟିଏମସି ସୁପ୍ରିମୋ ଦାବି କରିଥିଲେ ଯେ, ବିଜେପି କ୍ଷମତାକୁ ଆସିଲେ ଆମିଷ ଖାଇପାରିବେ ନାହିଁ ଲୋକେ

ମମତା ବାନାର୍ଜୀ ବିଜେପି ଉପରେ ସମାଜକୁ ବିଭାଜିତ କରିବାର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ସେ କହିଛନ୍ତି ଯେ, ବିଜେପି ଦେଶରେ ଘୃଣା ପ୍ରସାର କରିବା ପାଇଁ କାମ କରେ । ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି କରେ। ଏହା ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଥିଲେ ଯେ, ଯଦି ବିଜେପି କ୍ଷମତାକୁ ଆସେ, ତେବେ ଏହା ମହିଳାଙ୍କ ପାଇଁ ଥିବା ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାକୁ ବନ୍ଦ କରିଦେବ।

VIDEO | WB polls: “BJP will stop giving both gas and cash after election, this is their game,” says CM Mamata Banerjee at poll rally in Belda.

(Source: Third Party)

(Full video available on PTI Videos – https://t.co/n147TvrpG7) pic.twitter.com/0lmzW1Zker

— Press Trust of India (@PTI_News) March 30, 2026

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ନିର୍ବାଚନୀ ରାଲିରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ବେଙ୍ଗଲର ମୁଖ୍ୟମନ୍ତ୍ରୀ କେତେବେଳେ ତାଙ୍କ ଗୋଡ ଭାଙ୍ଗି ଦିଅନ୍ତି ତ କେତେବେଳେ ବ୍ୟାଣ୍ଡେଜ୍ କରନ୍ତି। ୨୦୨୧ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଗୋଡରେ ଆଘାତ ଲାଗିବା ଘଟଣାକୁ ନେଇ ଶାହଙ୍କ ଅଭିଯୋଗକୁ ମମତା ବାନାର୍ଜୀ ତୀବ୍ର ବିରୋଧ କରିଥିଲେ ।

Also Read: ଯାତ୍ରୀଙ୍କ ପାଇଁ ଖୁସି ଖବର: ଷ୍ଟେସନରେ ଭିଡ଼ କମାଇବା ପାଇଁ ରେଳବାଇର ବଡ଼ ଯୋଜନା

ବେଙ୍ଗଲରେ ନିର୍ବାଚନ କେବେ ?

ପଶ୍ଚିମବଙ୍ଗ ନିର୍ବାଚନରେ ବଡ଼ ପରିରବର୍ତ୍ତନ ଦେଖିବାକୁ ମିଳିବ । ପୂର୍ବରୁ ୮ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ, ଏଥର ମାତ୍ର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୩ରେ ହେବ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ମେ’ ୪ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ ।

Scroll to Top