ଡେଡ୍ଲାଇନ୍ ସରିବାକୁ ଆଉ ଗୋଟିଏ ଦିନ, ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Published By: Ruby – Prameya-News7 Bureau | March 30, 2026 01:59 PM
NEWS7
ରାଉରକେଲା ୩୦।୩: ଭୁଶୁଡୁଛି ମାଓ ଗଡ । ମାଓବାଦୀଙ୍କ ପାଇଁ ଡେଡ୍ ଲାଇନ୍ ଆଉ ଗୋଟିଏ ଦିନ । ଏହି ସମୟରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମାଓ ସଂଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ନିକଟରେ କରିଛନ୍ତି ଆତ୍ମସମର୍ପଣ ।
ରାଉରକେଲା ପୋଲିସ ନିକଟରେ ୧୯ ବର୍ଷିଆ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀ ଜଣଙ୍କ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ ଥିଲେ ଜଣେ ସକ୍ରିୟ ସଦସ୍ୟା । ତାଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅନ୍ତର୍ଗତ ହୋଲୋମୁଲି ଗ୍ରାମରେ । ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ । ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ବିଶେଷ କରି ବାଙ୍କୋ ପଥର ଖଣି ବିସ୍ଫୋରଣ ଏବଂ ରେଳପଥ ଆଇଇଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ଥିଲା ।
ସରକାରଙ୍କ ନିୟମ ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ୨,୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ସୁବିଧା ପ୍ରଦାନ କରାଯିବ ବୋଲି ରାଉରକେଲା ଏସ୍ପିଙ୍କ ସହ ପଶ୍ଚିମାଞ୍ଚଳ DIG କହିଛନ୍ତି ।




