ମହାନଦୀରେ ବୃଦ୍ଧି ହେଲା ଘଡ଼ିଆଳ କୁମ୍ଭୀର ବଂଶ, ଛଡ଼ାଗଲା ୧୨ ଘଡ଼ିଆଳ କୁମ୍ଭୀର

ମହାନଦୀରେ-ବୃଦ୍ଧି-ହେଲା-ଘଡ଼ିଆଳ-କୁମ୍ଭୀର-ବଂଶ,-ଛଡ଼ାଗଲା-୧୨-ଘଡ଼ିଆଳ-କୁମ୍ଭୀର

ମହାନଦୀରେ ବୃଦ୍ଧି ହେଲା ଘଡ଼ିଆଳ କୁମ୍ଭୀର ବଂଶ, ଛଡ଼ାଗଲା ୧୨ ଘଡ଼ିଆଳ କୁମ୍ଭୀର

Published By: Ruby – Prameya-News7 Bureau | March 30, 2026 11:35 AM

NEWS7

crocodile

ବୌଦ୍ଧ ୩୦।୩: ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ସନ୍ତୁଳନ ସ୍ଥିର କରିବା ସହିତ ଘଡ଼ିଆଳ କୁମ୍ଭୀର ମାନଙ୍କ ବଂଶ ବୃଦ୍ଧି ନେଇ ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଜି ସଫଳ ହୋଇଛି। ଏହି ଗଣ୍ଡରେ ସମୁଦାୟ ୩୫ ଟି ଘଡ଼ିଆଳ କୁମ୍ଭୀର ଛଡାଯିବା ନେଇ ଯେଉଁ ଯୋଜନ ଆରମ୍ଭ ହୋଇଥିଲା ଆଜି ତାହା ସଫଳ ହେବା ସହିତ ମହାନଦୀରେ ଆଜି ୧୨ ଟି ଘଡ଼ିଆଳ କୁମ୍ଭୀର ଛଡାଯାଇଛି ଯଦ୍ୱାରା କି ମହାନଦୀରେ ଘଡ଼ିଆଳ କୁମ୍ଭୀର ସଂଖ୍ୟା ୩୫ ରେ ପହଞ୍ଚିଛି। ପ୍ରଥମେ ଘଡ଼ିଆଳ କୁମ୍ଭୀର ମାନଙ୍କ ନନ୍ଦନକାନନ ରେ ଦୀର୍ଘ ସମୟ ଧରି ପାଳନ କରିବା ପରେ ପ୍ରତ୍ୟେକ ପର୍ଯ୍ୟାୟକ୍ରମେ କିଛି କିଛି କୁମ୍ଭୀର ମାନଙ୍କ ଆଣି ଏହି ଗଣ୍ଡ ରେ ଛଡାଯାଇଛି ଏବଂ ଆଜି ୧୨ ଟି କୁମ୍ଭୀର ମାନଙ୍କ ଦେହରେ ଟ୍ରାକିଙ୍ଗ ମେସିନ୍ ଲଗାଇ ମହାନଦୀରେ ଛଡ଼ା ଯାଇଛି । ସମୟ ଅନୁଯାୟୀ ସମସ୍ତ କୁମ୍ଭୀର ମାନଙ୍କ ଗତିବିଧି ଉପରେ ଲଗାତାର ଭାବେ ନଜର ରଖାଯିବ ପାଇଁ ଏହି ଟ୍ରାକିଙ୍ଗ ମେସିନ୍ ଲଗାଇଥିବା ବେଳେ ମହାନଦୀ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ନିକଟସ୍ତ ମହାନଦୀ ରେ ଏହି କୁମ୍ଭୀର ମାନଙ୍କ ଛଡାଯାଇଛି । ନୟାଗଡ଼ ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ଙ୍କ ସମେତ ସମସ୍ତ ବନ ଅଧିକାରୀ ଆସି ପ୍ରଥମେ ସୁନାଖଣିଆ ବିଟ ନିକଟରେ ପହଞ୍ଚି ଥିଲେ ପରେ ନନ୍ଦନକାନ ରୁ ଆସିଥିବା ବିଶେଷଜ୍ଞ ଟିମ ଏବଂ ତାଙ୍କ ସହିତ ଆସିଥିବା ୧୨ ଘଡ଼ିଆଳ କୁମ୍ଭୀର କୁ ମହାନଦୀ କୁ ନିଆଯାଇଥିଲା । ପରେ ସମସ୍ତ କୁମ୍ଭୀର କୁ ପର୍ଯ୍ୟାୟକ୍ରମେ ସାତକୋଶିଆ ଗଣ୍ଡ କୁ ଛଡା ଯାଇଥିଲା । ତେବେ ଦୀର୍ଘ ସାତ ବର୍ଷ ରେ ମହାନଦୀରେ ୩୫ ଘଡ଼ିଆଳ କୁମ୍ଭୀର ଛାଡ଼ିବାର ଯୋଜନା ଆଜି ସଫଳ ହୋଇଛି ଏବଂ ଏହି ଯୋଜନା ଯୋଗୁଁ ଅଗାମୀ ଦିନରେ ଓଡିଶାକୁ ସମଗ୍ର ଭାରତରେ ପରିଚୟ ପ୍ରଦାନ କରିବ ବୋଲି RCCF ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି ।

Scroll to Top