ଆମ ସୀମାରେ ପଶିଲେ, ଚାରିପଟୁ ଆକ୍ରମଣ କରିବୁ; ଇରାନର ଧମକ ପରେ ଆମେରିକା ଛାନିଆ

ଆମ-ସୀମାରେ-ପଶିଲେ,-ଚାରିପଟୁ-ଆକ୍ରମଣ-କରିବୁ;-ଇରାନର-ଧମକ-ପରେ-ଆମେରିକା-ଛାନିଆ

ତେହେରାନ: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ଥମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏକ ମାସରୁ ଅଧିକ ସମୟ ଧରି ଚାଲିଛି। ଆମେରିକା ଏବଂ ଇସ୍ରାଏଲ ବାରମ୍ବାର ଦାବି କରିଛନ୍ତି ଯେ, ଏହି ସଂଘର୍ଷ ଅଧିକ ଦିନ ଚାଲିବ ନାହିଁ। ତଥାପି, ଇରାନ ପ୍ରତ୍ୟେକ ଦାବିକୁ ଖାରଜ କରିଛି। ଏବେ, ଇରାନର ନୌସେନା କମାଣ୍ଡର ମଧ୍ୟପ୍ରାଚ୍ୟରେ ନିୟୋଜିତ ଏକ ପ୍ରମୁଖ ଆମେରିକୀୟ ଯୁଦ୍ଧ ଜାହାଜ USS ଆବ୍ରାହମ ଲିଙ୍କନ ସମ୍ପର୍କରେ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି।

ଇରାନ କହିଛି, ଯଦି ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ ଆମ ଅଞ୍ଚଳରେ ପ୍ରବେଶ କରେ, ତେବେ ଆମେ ଆଇଆରଆଇଏସ ଡେନାର ସହିଦଙ୍କ ପ୍ରତିଶୋଧ ନେବୁ। ଇରାନର ତସଲିମ୍ ନ୍ୟୁଜ୍ ଅନୁଯାୟୀ, ଇରାନୀ ନୌସେନା କମାଣ୍ଡର ଆମେରିକୀୟ ସେନାକୁ ଚେତାବନୀ ଦେଇ କହିଛନ୍ତି, ‘ଆବ୍ରାହାମ ଲିଙ୍କନ୍ କ୍ୟାରିୟର୍ ଷ୍ଟ୍ରାଇକ୍ ଗ୍ରୁପ୍ ଆମ ପରିସର ମଧ୍ୟରେ ଆସିବା ମାତ୍ରେ, ଆମେ ବିଭିନ୍ନ ଦିଗରୁ କ୍ଷେପଣାସ୍ତ୍ର ମାଡ଼ କରିବୁ । ଆମେ ପ୍ରତିଶୋଧ ନେବାକୁ ଆତଙ୍କବାଦୀ ଆମେରିକୀୟ ସୈନିକଙ୍କ ଅପେକ୍ଷା କରିଛୁ।’

Also Read: ଇସ୍ରାଏଲର ପ୍ରମୁଖ ରାସାୟନିକ କେନ୍ଦ୍ରକୁ ଟାର୍ଗେଟ କଲା ଇରାନ୍, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଏହା ପୂର୍ବରୁ ୟୁଏସଏସ୍ ଆବ୍ରାହମ୍ ଲିଙ୍କନ ଉପରେ ମିସାଇଲ ମାଡ଼ କରିଥିବା ନେଇ ଦାବି କରିଥିଲା ଇରାନ । ମାର୍ଚ୍ଚ ୧ରେ ଆବ୍ରାହମ ଲିଙ୍କନ ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି ତେହେରାନ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ଇରାନର ଏହି ଦାବିକୁ ଖଣ୍ଡନ କରିଥିଲା ।

ମାର୍ଚ୍ଚ ୧୧ରେ ଖବର ପ୍ରକାଶ ପାଇଲା ଯେ, ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣର ଭୟରେ ଆମେରିକା ନିଜର ଯୁଦ୍ଧଜାହାଜ ଆବ୍ରାହମ ଲିଙ୍କନକୁ ୧୦୦୦ କିଲୋମିଟର ଦୂରକୁ ନେଇ ଯାଇଛି । ଯଦିଓ ମାର୍ଚ୍ଚ ୯ ତାରିଖରେ ଜାହାଜ-ଟ୍ରାକିଂ ୱେବସାଇଟ୍ ମାରିନ୍ ଟ୍ରାଫିକ୍ ରେ USS ଆବ୍ରାହମ ଲିଙ୍କନକୁ କିଛି ସମୟ ପାଇଁ ଦେଖାଯାଇଥିଲା, କିନ୍ତୁ ସେବେଠାରୁ ଏହାକୁ ଟ୍ରାକ୍ କରାଯାଇ ନାହିଁ।

ନୌସେନା ଜାହାଜ ପାଇଁ ଏହା ଅସାଧାରଣ ନୁହେଁ। ଏପରି ଜାହାଜଗୁଡ଼ିକ ପ୍ରାୟତଃ ଟ୍ରାକିଂ ଏଡାଇବା ପାଇଁ ସେମାନଙ୍କର ଟ୍ରାକିଂ ସିଷ୍ଟମକୁ ବନ୍ଦ କରିଦିଅନ୍ତି, ବିଶେଷକରି ଯୁଦ୍ଧ ସମୟରେ। ତେଣୁ, ଏହି ସମୟରେ ଆବ୍ରାହମ ଲିଙ୍କନ କେଉଁଠି ଅଛି ତାହା କହିବା କଷ୍ଟକର। ସେପଟେ ମାର୍ଚ୍ଚ ୨୫ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱୀକାର କରିଥିଲେ ଯେ, ଇରାନ ଆମେରିକୀୟ ଯୁଦ୍ଧଜାହାଜ ଆବ୍ରାହମ ଲିଙ୍କନ ଉପରେ ୧୦୧ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା।

Also Read: ଦୋକାନ ଓ ହାଇଓ୍ବେ ବନ୍ଦ, ବିବାହ ଉପରେ ରୋକ୍…ପାକିସ୍ତାନରେ ଲାଗିବ ସ୍ମାର୍ଟ ଲକଡାଉନ୍

ଟ୍ରମ୍ପଙ୍କ ଦାବି ପରେ ଆବ୍ରାହମ ଲିଙ୍କନ ଉପରେ ଆକ୍ରମଣର କୌଣସି ନୂଆ ରିପୋର୍ଟ ପ୍ରକାଶ ପାଇନାହିଁ । ଏବେ ଇରାନର ନୌସେନା କମାଣ୍ଡର ଚେତାବନୀ ଦେଇଛନ୍ତି ଯେ, ଯଦି ଆବ୍ରାହମ ଲିଙ୍କନ ଆମ ଅଞ୍ଚଳରେ ପ୍ରବେଶ କରେ, ତେବେ ଆମେ ସବୁ ପାର୍ଶ୍ୱରୁ ଆକ୍ରମଣ କରିବୁ ଏବଂ ଡେନାର ଶହୀଦଙ୍କ ପ୍ରତିଶୋଧ ନେବୁ। ଶ୍ରୀଲଙ୍କା ଉପକୂଳରେ ଇରାନ୍ର ଯୁଦ୍ଧଜାହାଜ ଆଇଆରଆଇଏସ ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇରାନର ପ୍ରାୟ ୮୪ ନାବିକଙ୍କ ମୃତ୍ୟୁ ହୋଇଥିଲା ।

Scroll to Top