ଟ୍ରମ୍ପଙ୍କ ବିରୋଧରେ ପ୍ରଦର୍ଶିତ ହେଲା ତୃତୀୟ ‘No kings’ ମାର୍ଚ୍ଚ, ଅଂଶଗ୍ରହଣ କଲେ ଲକ୍ଷଲକ୍ଷ ଆମେରିକୀୟ

ଟ୍ରମ୍ପଙ୍କ-ବିରୋଧରେ-ପ୍ରଦର୍ଶିତ-ହେଲା-ତୃତୀୟ-‘no-kings’-ମାର୍ଚ୍ଚ,-ଅଂଶଗ୍ରହଣ-କଲେ-ଲକ୍ଷଲକ୍ଷ-ଆମେରିକୀୟ

ୱାସିଂଟନ: ଆମେରିକାରେ ଲୋକେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ‘ନୋ କିଙ୍ଗସ୍’ ମାର୍ଚ୍ଚ ଆୟୋଜନ କରିଛନ୍ତି। ଏହି ରାଲିରେ ଅନୁନ୍ୟ ୮୦ ଲକ୍ଷ ଲୋକେ ଅଂଶ ଗ୍ରହଣ କରିଛନ୍ତି। ଆୟୋଜକଙ୍କ ଅନୁସାରେ ଗତ ଅକ୍ଟୋବରରେ ହୋଇଥିବା ପ୍ରଦର୍ଶନ ତୁଳନାରେ ଏଥର ପାଖାପାଖି ଅଧିକ ୧୦ ଲକ୍ଷ ଲୋକେ ଭାଗ ନେଇଛନ୍ତି ଓ କାର୍ଯ୍ୟକ୍ରମ ସଂଖ୍ୟା ୬୦୦କୁ ବଢିଛି। ପ୍ରଦର୍ଶନକାରୀଙ୍କ କହିବା କଥା ହେଉଛି ସେମାନେ ଟ୍ରମ୍ପ ପ୍ରଶାସନର ଅନେକ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି। ବିଶେଷ କରି ଇରାନ ସହିତ ବଢୁଥିବା ଉତ୍ତେଜନା, କେତେକ ଇମିଗ୍ରେସନ ନିୟମ ଓ ଦରଦାମ ବୃଦ୍ଧି ସେମାନଙ୍କ ଅସନ୍ତୋଷର ମୂଳ କାରଣ ବୋଲି କହିଛନ୍ତି।

ଏହି ପ୍ରଦର୍ଶନ କାଳରେ କେତେକ ସ୍ଥାନରେ ଲୋକେ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେ.ଡି.ଭେନ୍ସଙ୍କ ବିରୋଧରେ ପୋଷ୍ଟର ପ୍ରଦର୍ଶନ କରିବା ସହ ଏମାନଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ବିରୋଧରେ ୩ଟି ‘ନୋ କିଙ୍ଗସ୍’ ପ୍ରଦର୍ଶନ ହୋଇସାରିଲାଣି। ପ୍ରଥମ ବଡ଼ ପ୍ରଦର୍ଶନ ଜୁନ ୨୦୨୫ରେ ହୋଇଥିଲା। ଏହା ପରେ ଅକ୍ଟୋବର ୨୦୨୫ରେ ଦ୍ୱିତୀୟ ଆନ୍ଦୋଳନ କରାଯାଇଥିବା ବେଳେ ତୃତୀୟ ପ୍ରଦର୍ଶନ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ହୋଇଛି। ଏଥିରୁ ଦେଶରେ ଟ୍ରମ୍ପ ତାଙ୍କ ଲୋକପ୍ରିୟତା ହରାଉଥିବା ଜଣାପଡିଛି।

ଇରାନ ସହିତ ଯୁଦ୍ଧରେ ଆମେରିକା ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଇସ୍ରାଏଲ ସହିତ ଆମେରିକା ମିଳିତ ଆରମ୍ଭ କରିଥିବା ଏହି ଯୁଦ୍ଧରେ ମଧ୍ୟପ୍ରାଚ୍ୟରେ ଥିବା ଅଧିକାଂଶ ଆମେରିକୀୟ ମିଲେଟ୍ରି ବେସ୍ ଧ୍ୱଂସ ହୋଇଗଲାଣି। ସେନା ଏବେ ଭୟରେ ସାମରିକ ଘାଟି ଛାଡି ହୋଟେଲମାନଙ୍କରେ ରହୁଥିବା ଜଣାପଡିଛି। ସେହିପରି ଯୁଦ୍ଧ ଯୋଗୁ ଆମେରିକା ସୈନ୍ୟ ଆଡ୍ଡା ଉପରେ ଇରାନର ଆକ୍ରମଣ ଜାରିଥିବା ବେଳେ ଅନେକ ଯୁଦ୍ଧ ବିମାନ ନଷ୍ଟ ହେଲାଣି। ଏପରିକି ଏକ ଯୁଦ୍ଧ ପୋତକୁ ମଧ୍ୟ ଏହି ଯୁଦ୍ଧ କାଳରେ ଅବସର ଦିଆଯାଇଛି। ଏହା ବାଦେ ଆମେରିକାର ବ୍ୟାପକ କ୍ଷୟକ୍ଷତି ଜାରି ଥିବା ବେଳେ ଟ୍ରମ୍ପ ସ୍ଥଳ ଭାଗରେ ଯୁଦ୍ଧ କରିବା ପାଇଁ ଏବେ ବିଚାର କରୁଛନ୍ତି ।

Scroll to Top