କାନବେରା,୨୯ /୦୩: ମାଡି ଆସିଲା ବାତ୍ୟା । ସମୁଦ୍ରରୁ ଗର୍ଜନ କରି ସ୍ଥଳଭାଗ ଆଡେ ମୁହାଁଉଲା । ଯାହାକୁ ନେଇ ସବୁଠି ଭୟର ମାହୋଲ । ଆକାଶ ମଧ୍ୟ ପାଲଟିଗଲା ଲାଲ୍ । ବିନାଶ ପାଖେଇ ଆସୁଥିବା କହି ଘରୁ ବାହାରିଲେନି ଲୋକେ ।
ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆରେ ମାର୍ଚ୍ଚ ୨୮ ତାରିଖରେ ଦେଖାଦେଇଛି ଏକ ଭୟଙ୍କର ଦୃଶ୍ୟ । ଯାହା ଲୋକଙ୍କୁ ଚକିତ କରିଦେଇଛି । ଏଠାରେ ହଠାତ ଦିନବେଳେ ଆକାଶର ରଙ୍ଗ ବଦଳିଯାଇଛି । ନୀଳ ଆକାଶ ପାଲଟିଛି ରକ୍ତ ପରି ଲାଲ୍ । ସାର୍କ୍ ଓ୍ୱେ ଡେନହମ୍ ସହରରେ ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଖାଲି ଆକାଶ ନୁହେଁ ଏହାର ପ୍ରଭାବରେ ଘର, ସମୁଦ୍ର, ରାସ୍ତ ସବୁ ଲାଲ୍ ଦେଖାଦେଇଛି ।
ବାତ୍ୟା ହେଉଛି ବଡ କାରଣ
କୁହାଯାଉଛି ଯେ, ଆକାଶ ଲାଲ୍ ହେବା ପଛର କାରଣ ହେଉଛି ବାତ୍ୟା ନରେଲ୍ । ଏବିସି ନ୍ୟୁଜ୍ ଅନୁସାରେ ବାତ୍ୟା ପାଇଁ ପବନର ବେଗ ବଢିଛି । ଫଳରେ ବିଭିନ୍ନ ମରୁଭୂମିରୁ ଲୌହଯୁକ୍ତ ଲାଲ୍ ମାଟି ଉଡି ଆସିଛି । ଏହାର ଧୂଳି ବିଭିନ୍ନ ସହରରେ ନୂଆ ଆସ୍ତରଣ ସୃଷ୍ଟି କରିଛି । ସୂର୍ଯ୍ୟ କିରଣ ଏହି ଧୂଳିକଣାରେ ପଡିବା ପରେ ବିଚ୍ଛୁରିତ ହୋଇ ସବୁ ଆଡେ ଲାଲ୍ ରଙ୍ଗରେ ପରିବର୍ତ୍ତିତ ହୋଇଛି ।
ବାତ୍ୟାର ଅଙ୍କାବଙ୍କା ଗତିପଥ
ବାତ୍ୟା ନରେଲର ଗତିପଥ ବିଚିତ୍ର ରହିଛି । ଏହା ଇଂରାଜୀ ଅକ୍ଷର ‘U’ ଭଳି ପଥ ବଦଳାଉଛି । ମାର୍ଚ୍ଚ୨୭ତାରିଖରେ ଏହା ଦକ୍ଷିଣ ଅଷ୍ଟ୍ରେଲିଆର ଉତ୍ତର ପଶ୍ଚିମ ଉପକୂଳରେ ପହଁଚିଥିଲା । ଯେଉଁ ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟର ରହିଥିଲା । ଫଳରେ ଦୃଶ୍ୟତା ଶୂନ ହୋଇଯାଇଥିଲା । ଲୋକେ ଘରୁ ବାହାରି ପାରିନଥିଲେ ।
🚨🇦🇺 The sky turned blood red across Western Australia as Tropical Cyclone Narelle pushed dust through the air.
Between the meteors and now this, 2026 is giving very biblical vibes and we’re only in March…pic.twitter.com/Fc6jcHmbES https://t.co/OUTQHM5NBl
— Mario Nawfal (@MarioNawfal) March 28, 2026
ଭୟରେ ସ୍ଥାନୀୟ ଲୋକେ
ଆକାଶର ଏପରି ଭୟଙ୍କର ରୂପ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହା ଭୟଙ୍କର ବୋଲି ଅନେକ ଅଷ୍ଟ୍ରେଲୀୟ ପ୍ରକାଶ କରିଛନ୍ତି ।
କ୍ଷୟକ୍ଷତି ଅଧିକ
ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଏକ୍ସମାଉଥ୍ ସହରରେ ଦେଖିବାକୁ ମିଳିଛି । ଏଠାକାର ବିମାନବନ୍ଦର ଭାଙ୍ଗିରୁଜି ଯାଇଛି । ବିଜୁଳି ଚାଲିଯାଇଛି । ସମୁଦ୍ର କୂଳରେ ଥିବା ଅନେକ ଡଙ୍ଗା ବୁଡି ଯାଇଛି । ଆହୁରି କିଛି ଗ୍ୟାସ୍ ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ।
Also Read :-ଯୋଗିଯୋଗୀଆଣୀ ପାହାଡ଼ରେ ବୁଲୁଛି ମହାବଳ ବାଘ, ଭୟରେ ସ୍ଥାନୀୟ ଲୋକେ !
ତିନୋଟି ଉପକୂଳରେ ଲ୍ୟାଣ୍ଡଫଲ୍
ପାଣିପାଗବିତଙ୍କ କହିବାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ନରେଲ୍ ପଶ୍ଚିମ ଅଷ୍ଟ୍ରେଲିଆ ଅତିକ୍ରମ କରିଥିଲା । ୨୦ ବର୍ଷ ପରେ ପ୍ରଥମ ଥର କୌଣସି ବାତ୍ୟା ଏହି ଅଞ୍ଚଳରେ ମାଡ ହୋଇଥିଲା । ଏହାପୂର୍ବରୁ ଏହା ମହାଦେଶର ଉତ୍ତର ପ୍ରାନ୍ତର ଥିବା ନର୍ଥ କୁଇନ୍ସଲ୍ୟାଣ୍ଡଡରେ ମାଡ଼ ହୋଇଥିଲା । ମୋଟ୍ ଭାବେ ବାତ୍ୟା ପ୍ରାୟ ୫୫୦୦ କିଲୋମିଟର ବୁଲି ସାରିଲାଣି ।




