ଯୋଗିଯୋଗୀଆଣୀ ପାହାଡ଼ରେ ବୁଲୁଛି ମହାବଳ ବାଘ, ଭୟରେ ସ୍ଥାନୀୟ ଲୋକେ !

ଯୋଗିଯୋଗୀଆଣୀ-ପାହାଡ଼ରେ-ବୁଲୁଛି-ମହାବଳ-ବାଘ,-ଭୟରେ-ସ୍ଥାନୀୟ-ଲୋକେ-!

ଯୋଗିଯୋଗୀଆଣୀ ପାହାଡ଼ରେ ବୁଲୁଛି ମହାବଳ ବାଘ, ଭୟରେ ସ୍ଥାନୀୟ ଲୋକେ !

ସୁନ୍ଦରଗଡ ସବଡେଗା ଯୋଗିଯୋଗୀଆଣୀ ପାହାଡ଼ରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଛି । କିଛି ମାସ ତଳେ ଏକ ମହାବଳ ବାଘ ଏହି ଅଞ୍ଚଳରେ ବାଛୁରୀ ମାରି ଖାଇଥିଲା ।

Published By: Kirti – Prameya-News7 Bureau | March 29, 2026 09:55 AM

NEWS7

tiger

ସୁନ୍ଦରଗଡ ୨୯।୦୩ : ସୁନ୍ଦରଗଡ ସବଡେଗା ଯୋଗିଯୋଗୀଆଣୀ ପାହାଡ଼ରେ ବାଘ ପାଦ ଚିହ୍ନ ଦେଖିବାକୁ ମିଳିଛି । କିଛି ମାସ ତଳେ ଏକ ମହାବଳ ବାଘ ଏହି ଅଞ୍ଚଳରେ ବାଛୁରୀ ମାରି ଖାଇଥିଲା । ଏହାପରେ ବାଘଟି ବାମରା ଅଞ୍ଚଳକୁ ଚାଲି ଯାଇଥିଲା ।

Also Read:-ଏପ୍ରିଲ୍ ୩ ଯାଏଁ କାଳବୈଶାଖୀରୁ ମିଳିବନି ନିସ୍ତାର, ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତେବେ ପୁଣି ଏକ ବାଘ ସବଡେଗା ଅଞ୍ଚଳରେ ଥିବା ନେଇ ଚର୍ଚ୍ଚା ହେଉଛି। ଯୋଗୀଯୋଗିଆଣୀ ପାହାଡ଼ ପାଖରେ ଏକ ଗାଈକୁ ମାରି ଖାଇଥିବା ଦେଖିବାକୁ ମିଳିଛି । ଗାଇଟିକୁ ଶିକାର କରିବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ପାଦ ଚିହ୍ନ ଓ ପାରିପାର୍ଶ୍ଵିକ ସ୍ଥିତି ରୁ ଏହା ବାଘ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି l ବନ ବିଭାଗ ତରଫରୁ ଟ୍ରାପ କ୍ୟାମେରା ଲଗାଯାଇଛି । ସ୍ଥିତି ଉପରେ ବନବିଭାଗ ତୀକ୍ଷ୍ମ ନଜର ରଖିଛି । ଏହି ଘଟଣା ଜଣା ପଡିବା ପରେ ସ୍ଥାନୀୟ ଅଂଚଳ ରେ ଆତଙ୍କ ଖେଳିଯାଇଛି l

Watch Video:-

Scroll to Top