IPL 2026L: ଉଦଘାଟନୀ ମ୍ୟାଚରେ ବାଜି ମାରିଲା RCB, ବିଜୟରୁ ଡିଫେଣ୍ଡିଂ ଚାମ୍ପିଅନର ଅଭିଯାନ ଆରମ୍ଭ

ipl-2026l:-ଉଦଘାଟନୀ-ମ୍ୟାଚରେ-ବାଜି-ମାରିଲା-rcb,-ବିଜୟରୁ-ଡିଫେଣ୍ଡିଂ-ଚାମ୍ପିଅନର-ଅଭିଯାନ-ଆରମ୍ଭ

ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ହାଇସ୍କୋରିଂ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ୬ ଓ୍ଵିକେଟରେ ସହଜରେ ହରାଇଛି ଆରସିବି। ଏହା ସହିତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟକୁ ଆରସିବି ୧୮ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।

Published By: Deepak – Prameya-News7 Bureau | March 28, 2026 11:00 PM

NEWS7

Defending Champions RCB Beat SRH

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୬ର ଉଦଘାଟନୀ ମ୍ୟାଚରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ହାଇସ୍କୋରିଂ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ୬ ଓ୍ଵିକେଟରେ ସହଜରେ ହରାଇଛି ଆରସିବି। ଏହା ସହିତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟକୁ ଆରସିବି ୧୮ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦେବଦତ୍ତ ପାଡିକଲ ୬୧ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୬୯ ରନରେ ଅପରାଜିତ ରହି ଦଳକୁ ଜିତାଇଛନ୍ତି। ରଜତ ପାଟିଦାର ୧୨ ବଲରୁ ୩୧ ରନ କରିଥିଲେ। ଏହା ପୂର୍ବରୁ ଇଶାନ କିଶନଙ୍କ ୮୦ ରନ ବଳରେ ଏସଆରଏଚ ୯ ଓ୍ଵିକେଟ୍ ହରାଇ ୨୦୧ ରନ କରିଥିଲା।

Updating…

Scroll to Top