କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଏକ ମାସରୁ କମ ସମୟ ରହିଛି । ଏପ୍ରିଲ ୨୩ ଏବଂ ୨୯ରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ । କିନ୍ତୁ ତାପୂର୍ବରୁ ଶାସକ ଟିଏମସି କଳ ବଳ କୌଶଳ ଲଗାଇ ଦେଇଛି । ରାଜ୍ୟରେ ବିରୋଧୀ ବିଜେପି ଏଥର ଟିଏମସିକୁ ମାତ୍ ଦେଇ ଶାସନ ହାତେଇବାକୁ ଚଳାଇଛି ଜୋରଦାର ପ୍ରସ୍ତୁତି । ନିର୍ବାଚନୀ ପ୍ରଚାର ମୈଦାନରେ ଟିଏମସି ଏବଂ ବିଜେପି ଉଭୟ ଉଭୟଙ୍କୁ ଦୋଷାରୋପ କରୁଛନ୍ତି । ଟିଏମସି କହୁଛି, ବିଜେପି ରାଜ୍ୟ ପାଇଁ ମଙ୍ଗଳ ନୁହେଁ । ବିଜେପି କହୁଛି, ଟିଏମସିକୁ ହଟାଇ ଜଙ୍ଗଲରାଜ ସମାପ୍ତ କରିବ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା ହେବ ବୋଲି ଲୋକଙ୍କୁ ସ୍ବପ୍ନ ଦେଖାଉଛି ବିଜେପି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି (BJP)କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।
ଦିଦିଙ୍କ ବଡ଼ ଦାବି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ରାଣୀଗଞ୍ଜରେ ଏକ ରାଲିକୁ ସମ୍ବୋଧିତ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ସେ ବିଜେପି ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବିଜେପି ବେଆଇନ କୋଇଲା ଖଣିରୁ ଟଙ୍କା ନେଉଛି ଏବଂ ତୃଣମୂଳ କଂଗ୍ରେସକୁ ଚୋର ବୋଲି କହୁଛି । ବିଜେପି ତାଙ୍କର ସମସ୍ତ କ୍ଷମତା ହଡ଼ପ କରିଛି। ସେ ଲୋକଙ୍କୁ କହିଛନ୍ତି ଯେ, ଯଦି ବିଜେପି କ୍ଷମତାକୁ ଆସେ, ତେବେ ଏହା ବୁଲଡୋଜର ବ୍ୟବହାର କରିବ ଏବଂ ସମସ୍ତଙ୍କୁ ବାହାର କରିଦେବ। ସେ ସମସ୍ତଙ୍କୁ ଏକତ୍ରୀତ ହୋଇ ଟିଏମସିକୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତ । ଏପରିକି ଏଥର ବେଙ୍ଗଲରୁ ହିଁ ବିଜେପି ଅନ୍ତର ଆରମ୍ଭ ହେବ ବୋଲି ଦାବି କରିଛନ୍ତି ମମତା ବାନାର୍ଜୀ ।
ରାମ ନବମୀ ହିଂସାକୁ ନେଇ କ’ଣ କହିଲେ ?
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ଶିଦାବାଦର ରଘୁନାଥଗଞ୍ଜରେ ରାମ ନବମୀ ଶୋଭାଯାତ୍ରା ସମୟରେ ଘଟିଥିବା ସଂଘର୍ଷକୁ ଉଲ୍ଲେଖ କରି ପ୍ରଶ୍ନ ଉଠାଇଛନ୍ତି ଯେ, କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେ କହିଛନ୍ତି, ‘ମୋତେ ଦୋଷ ଦିଅନାହିଁ, ମୋ ଅଧିକାରୀଙ୍କ କ୍ଷମତା ଛଡ଼ାଇ ନିଆଯାଇଛି। ସମସ୍ତ ଅଧିକାରୀଙ୍କୁ ବଦଳି କରାଯାଇଛି। ବିଜେପି ଲୋକଙ୍କୁ ଏଠାକୁ ପଠାଯାଇଛି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ, ଆମେ ଜିତିବୁ।’ ମମତା କହିଛନ୍ତି ଯେ, ରଘୁନାଥଗଞ୍ଜରେ ଦଙ୍ଗା ସୃଷ୍ଟି କରିବା ପାଇଁ ବିଜେପି ଲଜ୍ଜିତ ହେବା ଉଚିତ। ବିଜେପି ଦଙ୍ଗା ସୃଷ୍ଟି କରିବା ପାଇଁ ତାର ଅଧିକାରୀମାନଙ୍କୁ ପଠାଇଥିଲା। ରଘୁନାଥଗଞ୍ଜରେ ଦୋକାନ ଭଙ୍ଗାଯାଇଛି। କାହାର ଘର ଭାଙ୍ଗିବାକୁ ଅଧିକାର ତୁମକୁ କିଏ ଦେଲା ? ରଘୁନାଥଗଞ୍ଜରେ ଦଙ୍ଗା ସୃଷ୍ଟି କରିବାର ଅଧିକାର କିଏ ଦେଲା ? ସମସ୍ତଙ୍କୁ ଦାୟୀ କରାଯିବ ବୋଲି କହିଛନ୍ତି ଟିଏମସି ସୁପ୍ରିମୋ ।
Also Read: ନିର୍ବାଚନ କମିଶନରଙ୍କୁ ହଟାଇବାକୁ ଏକଜୁଟ ହେଲେ ଲୋକସଭା ଓ ରାଜ୍ୟସଭା ସାଂସଦ, ନୋଟିସରେ କଲେ ସ୍ୱାକ୍ଷର
ଦିଲ୍ଲୀର କ୍ଷମତା ଉପରେ ମମତାଙ୍କ ନଜର
#WATCH | रानीगंज, पश्चिम बर्धमान: पश्चिम बंगाल की मुख्यमंत्री ममता बनर्जी ने कहा, “क्या हो रहा है? एक लक्ष्मण रेखा है जिसे पार नहीं करना चाहिए लेकिन भाजपा सारी हदें पार कर रही है।”
(सोर्स: पश्चिम बंगाल की मुख्यमंत्री ममता बनर्जी सोशल मीडिया) pic.twitter.com/QD06cJ5Myp
— ANI_HindiNews (@AHindinews) March 28, 2026
ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ସମସ୍ତ ସୀମା ଉଲ୍ଲଂଘନ କରୁଛି। ପଶ୍ଚିମବଙ୍ଗକୁ ଧ୍ୱଂସ କରିବାକୁ ପ୍ରୟାସ ଯୋଗୁଁ, ବିଜେପି ସାରା ଦେଶରେ କ୍ଷମତା ହରାଇବ। ଏହା ସେମାନଙ୍କ ସହିତ ଘଟିବ। ମମତା ବାନାର୍ଜୀ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ, ତାଙ୍କର ଟାର୍ଗେଟ କେବଳ ପଶ୍ଚିମବଙ୍ଗରେସୀମିତ ନୁହେଁ। ଦିଲ୍ଲୀରେ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ସେ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବେ। ଏହା ସୂଚାଇ ଦେଉଛି ଯେ, ଭବିଷ୍ୟତରେ ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିପାରେ । ଯଦି ମମତା ବାନାର୍ଜୀ ପୁଣି ଶାସନକୁ ଫେରନ୍ତି, ତେବେ ଦିଲ୍ଲୀ ରାଜନୀତିରେ ହଇଚଇ ହୋଇପାରେ ।




