Srimandir Ratnbhandar : ଏପ୍ରିଲ ୮ରୁ ବାହାର ରତ୍ନଭଣ୍ଡାର ଗଣତମଣତି, ମହାପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦିଆଯିବ ଗୁରୁତ୍ବ

srimandir-ratnbhandar-:-ଏପ୍ରିଲ-୮ରୁ-ବାହାର-ରତ୍ନଭଣ୍ଡାର-ଗଣତମଣତି,-ମହାପ୍ରଭୁଙ୍କ-ନୀତିକାନ୍ତି-ଓ-ଶ୍ରଦ୍ଧାଳୁଙ୍କ-ଦର୍ଶନକୁ-ଦିଆଯିବ-ଗୁରୁତ୍ବ

ଭୁବନେଶ୍ୱର ୨୮।୦୩ : ଖୁବଶୀଘ୍ର ହେବ ୨ୟ ପର୍ଯ୍ୟାୟ ଗଣତିମଣତି । ଆସନ୍ତା ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ । ଏନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Also Read:-Srimandir Ratnbhandar: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?

ସେ କହିଛନ୍ତି ଯେ, ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରରେ ଗଣତି ମଣତି କରାଯିବ । ସେଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି । ଯଥାକ୍ରମେ ଏପ୍ରିଲ ମାସର ୮, ୯ ଏବଂ ୧୦ ତାରିଖକୁ ଚୟନ କରାଯାଇଛି । ଏହି ଗଣତି ମଣତି ଦିନ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନହେବ, ସେନେଇ ଆଲୋଚନା ସରିଛି । ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଚାଲିଛି । ସମସ୍ତ ପ୍ରସ୍ତୁତି ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିଯିବ ।

Also Read:- Ratha yatra News : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠ ଚିରା, ଖପୁରିଆ ସରକାରୀ କରତ କଳରେ ଚିରଟ

ସେହିପରି ଆଗକୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥର ରଥଯାତ୍ରାକୁ ସୁରୁଖୁରରେ କରିବାକୁ ୬ ମାସ ଆଗରୁ ପ୍ରସ୍ତୁତି ବୈଠକ ବସିଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଛି। ବଡ଼ଦାଣ୍ଡକୁ ଯେପରି ଅଧିକ ଗାଡ଼ି ପ୍ରବେଶ ନକରିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି। ରଥଦାଣ୍ଡକୁ ସଂଲଗ୍ନ ରାସ୍ତା ଗୁଡ଼ିକର ପ୍ରସସ୍ତିକରଣ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି।

Scroll to Top