ରକ୍ତରେ ଭିଜିଲା ପୁଣି ପୁରୀ, ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା
ଅଶାନ୍ତ ପୁରୀ । ପୁଣି ଗଡ଼ିଲା ମୁଣ୍ଡ । ପୁରୀ ପେଣ୍ଠକଟା ଧୋବାଖାଲରେ ଗଡ଼ିଛି ମୁଣ୍ଡ । ଯେଉଁଠି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Published By: Kirti – Prameya-News7 Bureau | March 28, 2026 10:26 AM
NEWS7
ପୁରୀ ୨୮।୦୩ : ଅଶାନ୍ତ ପୁରୀ । ପୁଣି ଗଡ଼ିଲା ମୁଣ୍ଡ । ପୁରୀ ପେଣ୍ଠକଟା ଧୋବାଖାଲରେ ଗଡ଼ିଛି ମୁଣ୍ଡ । ଯେଉଁଠି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Also Read:- ଘାଟିରେ ଓଲଟିଲା ଟୁରିଷ୍ଟ ବସ୍, ଚାଲିଗଲା ୫ ଜୀବନ, ୩୦ରୁ ଅଧିକ ଆହତ
ଖବର ଅନୁଯାୟୀ, ପୁରୀରେ ପୁଣି ଥରେ ଗଡ଼ିଲା ମୁଣ୍ଡ। ପେଣ୍ଠକଟା ଧୋବାଖାଲରେ ଗଡ଼ିଲା ମୁଣ୍ଡ। ଯୁବକଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା। ମୃତ ଯୁବକଙ୍କ ବଡ଼ଶଙ୍ଖ ଅଞ୍ଚଳରେ ବୋଲି ଜଣାପଡିଛି। ସେପଟେ ହତ୍ୟାକାଣ୍ଡ ସଂପର୍କ ଖବରପାଇ ସମୁଦ୍ର କୂଳ ଥାନା ପୋଲିସ ଓ ସିଟି ଡିଏସପିଙ୍କ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ହସ୍ପିଟାଲକୁ ପଠାଇଛି ପୋଲିସ।
Also Read:-ଯୁଦ୍ଧ ଲଢ଼ିବ କି ଭାରତ ? ୩ ସେନା ହେବେ ଶକ୍ତିଶାଳୀ; ୨.୩୮ ଲକ୍ଷ କୋଟି ଟଙ୍କାର ଯୁଦ୍ଧାସ୍ତ୍ର କିଣିବାକୁ ମିଳିଲା ଅନୁମତି
ସେହିପରି ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ପୋଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
Watch Video:-




