କାହିଁକି ଏମିତି ନିଷ୍ପତ୍ତି, ନିଜ ଦେହରେ କିରୋସିନି ଢାଳି ଦେଲେ ନିଆଁ ଲଗାଇଦେଲେ ଯୁବତୀ

କାହିଁକି-ଏମିତି-ନିଷ୍ପତ୍ତି,-ନିଜ-ଦେହରେ-କିରୋସିନି-ଢାଳି-ଦେଲେ-ନିଆଁ-ଲଗାଇଦେଲେ-ଯୁବତୀ

କାହିଁକି ଏମିତି ନିଷ୍ପତ୍ତି, ନିଜ ଦେହରେ କିରୋସିନି ଢାଳି ଦେଲେ ନିଆଁ ଲଗାଇଦେଲେ ଯୁବତୀ

ଜଳିଗଲେ ଯୁବତୀ । ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦେହରେ ନିଆଁ ଲଗାଇବାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Published By: Kirti – Prameya-News7 Bureau | March 28, 2026 11:01 AM

NEWS7

aska

ଆସିକା ୨୮।୦୩ : ଜଳିଗଲେ ଯୁବତୀ । ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦେହରେ ନିଆଁ ଲଗାଇବାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

Also Read:- ରକ୍ତରେ ଭିଜିଲା ପୁଣି ପୁରୀ, ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁର ଯୁବତୀ ଜଣଙ୍କ ଏକ ଅଜବ ନିଷ୍ପତ୍ତି ନେଇଥିଲେ । ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବତୀ । ଦେହରେ ନିଆଁ ଲାଗିଥିବା ଦେଖି ପରିବାର ଲୋକେ ପ୍ରଥମେ ଯୁବତୀ ଦିବ୍ୟଜ୍ୟୋତି ରଣାଙ୍କୁ ନିକଟସ୍ଥ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଆସିକା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ନିଆଁ ଲାଗି ଯୁବତୀଙ୍କ ଦେହରେ ୬୦ ପ୍ରତିଶତ ଅଂଶ ପୋଡ଼ିଯାଇଥିବା ସୂଚନା ମିଳିଛି ।

ଖବର ଅପଡେଚ୍‌ ଜାରି..

Scroll to Top