ଘାଟିରେ ଓଲଟିଲା ଟୁରିଷ୍ଟ ବସ୍, ଚାଲିଗଲା ୫ ଜୀବନ, ୩୦ରୁ ଅଧିକ ଆହତ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍ । ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି ।
Published By: Kirti – Prameya-News7 Bureau | March 28, 2026 08:13 AM
NEWS7
ନୟାଗଡ଼ ୨୮।୦୩ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍ । ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
Also Read:ଢାବାରେ ବେକ କାଟି ଫିଙ୍ଗିଦେଇଥିଲା ଅନ୍ୟ ଜାଗାରେ, ଲୁଚାଇ ଦେଇଥିଲା ଛୁରୀ ଓ ରକ୍ତଭିଜା ଗାମୁଛା
ଖବର ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ପାଖାପାଖି ୪୦ରୁ ଅଧିକ ଲୋକେ ଅନିଲ ନାମକ ଏକ ବସ୍ରେ ବଲଙ୍ଗୀର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ଟୁରିଷ୍ଟ ବସ୍ଟି ଭାରସାମ୍ୟ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଏହାପରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।
Also Read:IPL ୨୦୨୬: ଆଜିଠୁ ଆଇପିଏଲ ମହାସମର, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍
ତେବେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଏହି ଭୟଙ୍କର ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାକି ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ସମସ୍ତ ମୃତକ ବ୍ରହ୍ମପୁର ଅଞ୍ଚଳର ବୋଲି ସୂଚନା ରହିଛି ।
Watch Video:-




