Avalanche hits Zojilla-Sonamarg road: ଜୋଜିଲା-ସୋନାମାର୍ଗ ରାଜପଥରେ ଥିବା ପାଖାପାଖି ୧୨ଟି ଗାଡ଼ି ଉପରେଏକାଧିକ ଥର ବରଫ ଅତଡ଼ା ଖସି ପଡ଼ିବାରୁ ଚାପି ହୋଇ ଲୋକଙ୍କ ମୃତ୍ୟୁ ହୋଇଛି।
Published By: abinash – Prameya-News7 Bureau | March 27, 2026 07:22 PM
NEWS7

Avalanche hits Jammu Kashmir: ଜାମ୍ମୁ-କାଶ୍ମୀରରେ ବଡ଼ ଧରଣରଣ ଅଘଟଣ ଘଟିଛି। ହିମସ୍ଖଳନ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଶୁକ୍ରବାର ଜୋଜିଲା-ସୋନାମାର୍ଗ ରାଜପଥରେ ଥିବା ପାଖାପାଖି ୧୨ଟି ଗାଡ଼ି ଉପରେଏକାଧିକ ଥର ବରଫ ଅତଡ଼ା ଖସି ପଡ଼ିବାରୁ ଚାପି ହୋଇ ଲୋକଙ୍କ ମୃତ୍ୟୁ ହୋଇଛି। ୫ ଜଣ ଆହତ ଥିବା ସୂଚନା ମିଳିଛି। ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ନରେ ଜିରୋ ପଏଣ୍ଟ ଏବଂ ମିନିମାର୍ଗ ମଧ୍ୟରେଏହି ହିମସ୍ଖଳନ ହୋଇଥିଲା।
ଘଟଣାପରେ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ପ୍ରତିକ୍ରିୟା ଦେଇଛନ୍ତି। ପରିସ୍ଥିତି ଉପରେ ସେ ବ୍ୟକ୍ତିଗତ ଭାବରେ ନଜର ରଖିଛନ୍ତି ବୋଲି ଗଭର୍ଣ୍ଣର କହିଛନ୍ତି। ଶ୍ରୀ ସକ୍ସେନା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି“ଜୋଜି ଲାରେ ହିମସ୍ଖଳନର ଦୁର୍ଭାଗ୍ୟଜନକ ଖବର ଶୁଣିଲି। ମୁଁ କାରଗିଲର ଡିସି ଏବଂ ଏସଏସପିଙ୍କୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି। ବିପର୍ଯ୍ୟୟ ସହାୟତା ବାହିନୀ ଏବଂ ବିଆରଓ ସମେତ ସମସ୍ତ ସରକାରୀ ସଂସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି। ମୁଁ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛି।”
କେନ୍ଦ୍ର ରାଜ୍ୟମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ ଲେଖିଛନ୍ତି “ଜୋଜିଲା ଘାଟିରେ ଗାଡ଼ି ଉପରେ ହିମସ୍ଖଳନ ହେବା ଫଳରେ ୭ ଜଣଙ୍କର ଦୁଃଖଦ ମୃତ୍ୟୁ ଏବଂ ୫ ଜଣ ଆହତ ହେବା ବିଷୟରେ ଜାଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।”




