Iran writes ‘Thank You India’ on missiles: ମିସାଇଲ୍‌ରେ ‘ଧନ୍ୟବାଦ ଭାରତୀୟ’ ଲେଖି ଇସ୍ରାଏଲ୍‌କୁ ଆଟାକ୍ କଲା ଇରାନ

iran-writes-‘thank-you-india’-on-missiles:-ମିସାଇଲ୍‌ରେ-‘ଧନ୍ୟବାଦ-ଭାରତୀୟ’-ଲେଖି-ଇସ୍ରାଏଲ୍‌କୁ-ଆଟାକ୍-କଲା-ଇରାନ

Tehran thanked India: ମିସାଇଲ୍ ଉପରେ ‘ଭାରତୀୟଙ୍କୁ ଧନ୍ୟବାଦ’ ଲେଖି ଇସ୍ରାଏଲ୍ ଉପରେ ଆକ୍ରମଣ କଲା ଇରାନ। ମୁମ୍ବାଇରେ ଥିବା ଇରାନ ଦୂତାବାସ ପକ୍ଷରୁ ଏହାର ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି। ଇରାନ ସରକାରୀ ମିଡିଆ ମଧ୍ୟ ଏହି ଭିଡିଓକୁ ପ୍ରସାରଣ କରିଛି।

ଭିଡିଓରେ ଇରାନର ଏରୋସ୍ପେସ୍ ଫୋର୍ସର ଯବାନ ଏକ ନୀଳ ରଙ୍ଗର ମାର୍କ ଧରି ଲଞ୍ଚ ହେବାକୁ ଥିବା ମିସାଇଲ୍ ଉପରେ “ଭାରତର ଲୋକମାନଙ୍କୁ ଧନ୍ୟବାଦ” ଲେଖୁଥିବା ଦେଖାଯାଉଛି। ଏହାପରେ ଏହି ମିସାଇଲ୍‌ଗୁଡ଼ିକୁ ଇସ୍ରାଏଲ ଉପରେ ମାଡ଼ କରାଯାଇଥିବା କୁହାଯାଉଛି। ଭାରତୀୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଇରାନ ଏଭଳି କରିଛି।

Also read- ଇରାନକୁ ଶକ୍ତ ଝଟକା, ଧୋକା ଦେଲା ବନ୍ଧୁ ପାକିସ୍ତାନ; ଇସଲାମାବାଦର ଡବଲ୍ ଗେମକୁ ନେଇ ନିଆଁବାଣ ତେହେରାନ

କେବଳ ଭାରତୀୟଙ୍କ ପାଇଁ ନୁହେଁ ଜର୍ମାନୀ, ପାକିସ୍ତାନ ଓ ସ୍ପେନ୍‌ର ଜନତାଙ୍କ ପାଖରେ ବି ଇରାନ କୃତଜ୍ଞତା ଜ୍ଞାପନ କରିଛି। ଲଞ୍ଚ ହେବାକୁ ଥିବା ଇସାଇଲଗୁଡ଼ିକରେ ମାର୍କ ଧରି ଏହି ଦେଶର ଜନତାଙ୍କୁ ଧନ୍ୟବାଦ ବୋଲି ଲେଖିନ୍ତି ଇରାନ ବାୟୁସେନା ଜବାନ। ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଥିବାରୁ ଏହିସବୁ ଦେଶର ଜନତାଙ୍କୁ ଏହାକୁ ବିରୋଧ କରୁଛନ୍ତି। ଇରାନ ପ୍ରତି ସମବେଦନା ଜଣାଉଥିବାରୁ ଇରାନ ମଧ୍ୟ ଏହି ଦେଶର ଜନତାଙ୍କ ପାଇଁ କୃତଜ୍ଞତା ଜ୍ଞାପନ କରିବା ପାଇଁ ମେସେଜ୍ ଲେଖିଛି।

ଏହି ମିସାଇଲ୍କୁ କେଉଁଠି ମାଡ଼ କଲା ଇରାନ?

ଇରାନୀ ନେଟୱାର୍କ ପ୍ରେସ୍ ଟିଭି ଅନୁଯାୟୀ, ଇରାନ ଏହାର ସାମରିକ ଅଭିଯାନର ୮୩ତମ ପର୍ଯ୍ୟାୟ ଆଟା କରିବାକୁ ଯାଉଥିବା ଦର୍ଶାଇ ଏହି ମେସେଜ୍ ଲେଖିଛି। ଏହି ଆକ୍ରମଣ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦ୍ୱାରା କରାଯାଇଥିବା ଅପରେସନ୍ ଟ୍ରୁ ପ୍ରମିଜ୍ -୪ର ଏକ ଅଂଶ।

ଏକ ସରକାରୀ ବିବୃତ୍ତିରେ, IRGC କହିଛି ଯେ ଏହି ସଦ୍ୟ ଆକ୍ରମଣ ଏହି ଅଞ୍ଚଳର ପ୍ରମୁଖ ଆମେରିକୀୟ ଏବଂ ଇସ୍ରାଏଲୀ ସାମରିକ ସମ୍ପତ୍ତିକୁ ଟାର୍ଗେଟ କରି କରାଯାଇଛି। ଏଥିରେ ଆସଡୋଡ ତୈଳ ସଂରକ୍ଷଣ ସୁବିଧା, ମୋଦି’ଇନ୍ ନିକଟରେ ଥିବା ସାମରିକ ସ୍ଥାନ ଏବଂ ଏକ ଆମେରିକୀୟ ସାମରିକ ସୂଚନା ବିନିମୟ କେନ୍ଦ୍ର ଭଳି ଭିତ୍ତିଭୂମିକୁ, ପ୍ରେସ୍ ଟିଭି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ ଅଲ-ଧାଫ୍ରା ଏବଂ ଅଲ-ଉଦେରିରେ ଥିବା ଆମେରିକୀୟ ଘାଟି, ଏବଂ ଅଲି ଅଲ-ସାଲେମ ବାୟୁସେନା ଘାଟି ଏବଂ ଶେଖ ଇସା ବିମାନ ଘାଟିରେ ଥିବା ସୁବିଧା ଉପରେ ଆକ୍ରମଣ କରିବାକୁ ମଧ୍ୟ ତାଲିକାଭୁକ୍ତ କରାଯାଇଛି।

ନିଜର କ୍ଷେପଣାସ୍ତ୍ର ସିଷ୍ଟମକୁ ନେଇ ଇରାନ କହିଛି ଯେ ଏହା ଦୀର୍ଘ ଏବଂ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର, ସଠିକ୍ ଆକ୍ରମଣ ପ୍ରଣାଳୀ ଏବଂ ଡ୍ରୋନର ଆକ୍ରମଣ ସହ ଏହି ଅଭିଯାନ ସଫଳ ହୋଇଛି ବୋଲି ଇରାନ କହିଛି।

ଭାରତୀୟଙ୍କ ନାଁ କାହିଁକି ଲେଖିଲା ଇରାନ?

ସଂଘର୍ଷ ସମୟରେ ଭାରତ ସରକାରଙ୍କର ସାହାଯ୍ୟ ପଠାଇବା ଓ ଭାରତୀୟ ଲୋକଙ୍କର ଇରାନ ପ୍ରତି ସହାନୁଭତି ଦର୍ଶାଇବା ଆଦି ଘଟଣାକୁ ନେଇ ଇରାନ ଏହାର କୃତଜ୍ଞତା ଜ୍ଞାପନ କରିଛି। ସବୁଠାରୁ ବଡ଼ କଥା ହେଲା ଇରାନର ଏଭଳି ଦୁଃସ୍ଥିତି ସମୟରେ କାଶ୍ମୀର ଲୋକମାନେ କିଭଳି ତାଙ୍କର ସୁନା ଗହଣା ବିକି ଇରାନକୁ ସହଯୋଗ ହାତ ବଢାଇଛନ୍ତି ତାହା ଇରାନକୁ ପ୍ରଭାବିତ କରିଛି। ବିଶେଷ କରି ଜଣେ ମୁସ୍ଲିମ ମହିଳା ୩୦ ବର୍ଷ ଧରି ସାଇତି ରଖିଥିବା ତାଙ୍କ ସ୍ୱାମୀଙ୍କର ଶେଷ ସନ୍ତକ କିଛି ସୁନା ଗହଣା ଇରାନକୁ ସହଯୋଗ କରିବା ନିମନ୍ତେ ଦାନ କରିବା ଘଟଣା ଇରାନକୁ ଭାବପ୍ରବଣ କରି ଦେଇଛି।

Scroll to Top