କୁମ୍ଭ ରାଶି ବ୍ୟକ୍ତି ନୂଆ ଯୋଜନାରେ କାମ କରିବେ, ଆର୍ଥିକ ଲାଭ ଓ ପ୍ରଶଂସା ମିଳିପାରେ

କୁମ୍ଭ-ରାଶି-ବ୍ୟକ୍ତି-ନୂଆ-ଯୋଜନାରେ-କାମ-କରିବେ,-ଆର୍ଥିକ-ଲାଭ-ଓ-ପ୍ରଶଂସା-ମିଳିପାରେ

ମେଷ– ନୂଆ କାମ ଆରମ୍ଭ ପାଇଁ ଭଲ ଦିନ । ବ୍ୟବସାୟରେ ଲାଭର ସୁଯୋଗ ରହିଛି । ପାରିବାରିକ ମାନସିକ ଶାନ୍ତି ମିଳିପାରେ। ସ୍ୱାସ୍ଥ୍ୟ ଠିକ ରହିବ। ନୈତିକ ସମସ୍ୟାର ସମାଧାନ ମିଳିବ। ଦିନଟି ସାଧାରଣ ଭାବେ ଶୁଭ।

ବୃଷ– ଅପରିଚିତଙ୍କ ଉପରେ ବିଶ୍ୱାସ କରିବାରେ ସତର୍କ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କିଛି ପୁରୁଣା କାମ ସମାପ୍ତ ହେବ। ବ୍ୟବସାୟରେ ସହଯୋଗୀଙ୍କ ସହ ବିରୋଧ ହେଇପାରେ। ଧନ ଲାଭ ହେବେ କିନ୍ତୁ ସଂରକ୍ଷଣ ଜରୁରୀ।

ମିଥୁନ– ସମ୍ମାନ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ପଦବୀ ବୃଦ୍ଧି ସମ୍ଭବ। ନୂଆ ଯୋଜନା କାମ କରିପାରିବେ। ପାରିବାରିକ ସମସ୍ୟାର ସମାଧାନ ମିଳିବ। ଆତ୍ମବିଶ୍ୱାସ ଉଚ୍ଚ ରହିବ।

କର୍କଟ– ଆର୍ଥିକ ଲାଭର ସମ୍ଭାବନା ଅଛି। ପୁରୁଣା ମିତ୍ରଙ୍କ ସହ ଦେଖା ହେବ। ଦୈନିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ବ୍ୟବସାୟରେ ଲାଭ ଦିନ।

ସିଂହ– କିଛି ଅନିର୍ଦ୍ଧାରିତ ଘଟଣା ହେଇପାରେ। ଅପରିଚିତ ସ୍ଥାନକୁ ଯାଇପାରନ୍ତି। ଅଧିକ ଚିନ୍ତା କରିବା ଠିକ ନୁହେଁ। ଧୈର୍ଯ୍ୟ ଓ ବିଚାରଶୀଳତା ଜରୁରୀ।

କନ୍ୟା– ଶିକ୍ଷା ଓ ଚାକିରିରେ ଭଲ ଖବର ମିଳିପାରେ। ନୂଆ ଅବସର ଆସିପାରେ। ବିଦେଶ ଯାତ୍ରାର ସୁଯୋଗ ମିଳିପାରେ। ଅନ୍ୟମାନଙ୍କ ସହ ସହଯୋଗ ହେବ।

ତୁଳା– ଅନ୍ୟମାନଙ୍କ ସହ କଥା ହେବାବେଳେ ସତର୍କ ରୁହନ୍ତୁ। ନିଜ କାମ ନିଜେ କରିବା ଉଚିତ। ବ୍ୟବସାୟ ଓ ଚାକିରି ଠିକ୍ ରହିପାରେ। ସନ୍ତାନ ପକ୍ଷରୁ ସୁଖ ମିଳିପାରେ।

ବିଛା– ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଭଲ ସମୟ। ବୃଦ୍ଧି ଓ ପଦୋନ୍ନତିର ଯୋଗ ଅଛି। ପାରିବାରିକ ମାନସିକ ସମସ୍ୟା ହ୍ରାସ ପାଇବ। ସ୍ୱାସ୍ଥ୍ୟ ଠିକ୍ ରହିବ।

ଧନୁ– ଚିନ୍ତା ଓ ଅଶାନ୍ତି ରହିପାରେ। ଅତିକଥା ଏବଂ ବିବାଦରୁ ଦୂରେଇ ରୁହନ୍ତୁ। ନିଜ ଶକ୍ତି ଉପରେ ବିଶ୍ୱାସ ରଖନ୍ତୁ। ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ରଖନ୍ତୁ। ସାଧାରଣ ଭାବେ ଦିନ ଚାଲିବ।

ମକର– କିଛି ନୂଆ ଅନୁଭବ ହେବ। ପ୍ରେମ ଓ ବିବାହ ଯୋଗ ଦୃଢ଼ ହେବ। ବ୍ୟବସାୟରେ ଲାଭ ହେବା ସମ୍ଭାବନା ଅଛି। ନିଜ ନିଷ୍ଠା ଜାରି ରଖିବା ଦରକାର।

କୁମ୍ଭ– ଭଲ ସମୟ ଚାଲିଛି। ଅନ୍ୟମାନଙ୍କର ସହଯୋଗ ମିଳିପାରେ। ନୂଆ ଯୋଜନା ଅନୁସାରେ କାମ କରନ୍ତୁ। ଆର୍ଥିକ ଲାଭ ଓ ପ୍ରଶଂସା ମିଳିପାରେ। ପାରିବାରିକ ମାନ୍ୟତା ରହିବ।

ମୀନ– ଦୂର ଯାତ୍ରା ସଫଳ ହେବ। ଅର୍ଥକୁ ନେଇ ଚିନ୍ତାରେ ରହିପାରନ୍ତି। ହେଲେ ବି ସମାଧାନ ମିଳିବ। ମିତ୍ରଙ୍କ ସହ ମିଳିତ କାମରେ ଲାଭ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନ ଉପଯୁକ୍ତ। ମନ ଶାନ୍ତ ରଖିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

Scroll to Top