ଶ୍ରୀରାମ ନବମୀରେ ପୁରୀରେ ଅଘଟଣ : ସମୁଦ୍ରରେ ସ୍ନାନ ବେଳେ ଯୁବକ ନିଖୋଜ

ଶ୍ରୀରାମ-ନବମୀରେ-ପୁରୀରେ-ଅଘଟଣ-:-ସମୁଦ୍ରରେ-ସ୍ନାନ-ବେଳେ-ଯୁବକ-ନିଖୋଜ

ଶ୍ରୀରାମ ନବମୀରେ ପୁରୀରେ ଅଘଟଣ : ସମୁଦ୍ରରେ ସ୍ନାନ ବେଳେ ଯୁବକ ନିଖୋଜ

Published By: Ruby – Prameya-News7 Bureau | March 27, 2026 12:29 PM

NEWS7

Puri News

ପୁରୀ ୨୭।୩: ପବିତ୍ର ଶ୍ରୀରାମ ନବମୀରେ ପୁରୀରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ନିଖୋଜ। ନିଖୋଜ ଯୁବକ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ୧୮ ବର୍ଷର ଶୁଭେନ୍ଦୁ ପ୍ରଧାନ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ସାଙ୍ଗମାନଙ୍କ ସହିତ ସ୍ନାନ କରୁଥିବା ବେଳେ ସେ ନିଖୋଜ ହୋଇଯାଇଛନ୍ତି। ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଶୁଭେନ୍ଦୁ ଙ୍କ କୌଣସି ପତ୍ତା ମିଳିନାହିଁ। ଆଜି ସକାଳ ସମୟରେ ଶୁଭେନ୍ଦୁ ତାଙ୍କ ସାଙ୍ଗ ମାନଙ୍କ ସହିତ ପୁରୀ ବୁଲିବାକୁ ଆସି ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ। ଉଚ୍ଚ ଜୁଆର ମାଡ଼ରେ ଶୁଭେନ୍ଦୁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଉପସ୍ଥିତ ଥିବା ସାଙ୍ଗ ମାନେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ l ଜେଟସ୍କି ଦ୍ୱାରା ଲାଇଫଗାର୍ଡ ମାନେ ସମୁଦ୍ରରେ ଖୋଜାଖୋଜି ଜାରି ରଖିଛନ୍ତି। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି।

Scroll to Top