ଲାଟ୍ରିନ୍ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଅଘଟଣ : ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଲାଟ୍ରିନ୍-ଟାଙ୍କିରୁ-ସେଣ୍ଟ୍ରିଙ୍ଗ-ଖୋଲିବା-ବେଳେ-ଅଘଟଣ-:-ଶ୍ୱାସରୁଦ୍ଧ-ହୋଇ-୨-ଶ୍ରମିକଙ୍କ-ମୃତ୍ୟୁ

ଲାଟ୍ରିନ୍ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଅଘଟଣ : ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | August 17, 2025 IST

ନୂଆପଡା ୧୭।୮: ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ା ଖଡ଼ିଆଳ ଲକ୍ଷ୍ମୀ ଛକ କଂସାରୀପଡାରେ ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଲାଟ୍ରିନ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଅଘଟଣ ଘଟିଛି । କଂସାରୀପଡାର ଗୋବିନ୍ଦ ସାହୁଙ୍କ ଘରେ କାମ କରୁଥିଲେ ଦୁଇ ଶ୍ରମିକ । ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଖଡ଼ିଆଳ ଥାନା କୋଟେନମୁଣ୍ଡା ଗ୍ରାମର ରଘୁମାନୀ ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ । ଦୁଇ ମୃତଦେହକୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଜୋର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top