ଆମେରିକାର ନ୍ୟୁୟର୍କ ସିଟି କ୍ଲବରେ ଗୁଳିମାଡ଼; ତିନି ଜଣକ ମୃତ୍ୟୁ ୮ ଆହତ

ଆମେରିକାର-ନ୍ୟୁୟର୍କ-ସିଟି-କ୍ଲବରେ-ଗୁଳିମାଡ଼;-ତିନି-ଜଣକ-ମୃତ୍ୟୁ-୮-ଆହତ

ଆମେରିକାର ନ୍ୟୁୟର୍କ ସିଟି କ୍ଲବରେ ଗୁଳିମାଡ଼; ତିନି ଜଣକ ମୃତ୍ୟୁ ୮ ଆହତ

Published By : Prameya-News7 Bureau | August 17, 2025 IST

Livehindustan

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ଥିବା ଏକ ଜନଗହଳିପୂର୍ଣ୍ଣ କ୍ଲବ୍‌ରେ ରବିବାର ଗୁଳିମାଡ଼ ହୋଇଛି। ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଆହତ ହୋଇଛନ୍ତି। ନ୍ୟୁୟର୍କ ପୋଲିସ ବିଭାଗର ଆୟୁକ୍ତ ଜେସିକା ଟିଶ୍ କହିଛନ୍ତି ଆକ୍ରମଣକାରୀ କିମ୍ବା ଆକ୍ରମଣକାରୀମାନେ ସ୍ଥାନୀୟ ସମୟ ପ୍ରାୟ ସାଢ଼େ ୩ଟାବେଳେ ପ୍ରଥମେ ଫାୟାରିଂ କରିଥିଲେ। ବ୍ରୁକଲିନର କ୍ରାଉନ ହ୍ବାଇଟ୍ସ ସ୍ଥିତ ଟେଷ୍ଟ ଅଫ୍‌ ଦ ସିଟି ଲାଉଞ୍ଜରେ ଅନେକ ହତିଆରରେ ଗୁଳିମାଡ଼ ହୋଇଛି। ଏଥିରେ ତିନି ଜଣକ ମୃତ୍ୟୁ ହୋଇଛି।

ଜେସିକା ଗଣମାଧ୍ୟମରେ ସୂଚନା ଦେଇଛନ୍ତି, ନ୍ୟୁୟର୍କ ସହରରେ ହୋଇଥିବା ଏହି ଗୁଳିମାଡ଼ ପରେ ପୋଲିସ ଆଲର୍ଟରେ ରହିଛି। ଘଟଣାର ତଦନ୍ତ ସମୟରେ ଲାଉଞ୍ଜରୁ ପ୍ରାୟ ୩୬ ଖୋକା ଏବଂ ଗୋଟିଏ ବନ୍ଧୁକ ଜବତ ହୋଇଛି। ଏହାର ଯାଞ୍ଚ କରାଯାଉଛି। ଟିଶ କହିଛନ୍ତି ଗୁଳିମାଡ଼ରେ ଆହତଙ୍କ ମଧ୍ୟରେ ତିନି ମହିଳା ମଧ୍ୟ ଅଛନ୍ତି। ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଆହତ ଏବେ ବିପଦମୁକ୍ତ ଅଛନ୍ତି। ସେମାନଙ୍କର ବୟସ ୨୭ରୁ ୬୧ ବର୍ଷ ମଧ୍ୟରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top