Gold and Silver Prices Today: ପୁଣି ରକେଟ ବେଗରେ ବଢ଼ିଲା ସୁନା ଦର, ରୁପା ବି ଦେଲା ହାଇ ଜମ୍ପ

gold-and-silver-prices-today:-ପୁଣି-ରକେଟ-ବେଗରେ-ବଢ଼ିଲା-ସୁନା-ଦର,-ରୁପା-ବି-ଦେଲା-ହାଇ-ଜମ୍ପ

Gold and Silver Prices Today: ବୁଧବାର (୨୫ ମାର୍ଚ୍ଚ)ରେ ସୁନା ଏବଂ ରୁପା ମୂଲ୍ୟରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬,୦୦୦ ବୃଦ୍ଧି ପାଇ ₹୧.୪୬ ଲକ୍ଷରେ ପହଞ୍ଚିଛି। ସେହିପରି ରୁପା ମୂଲ୍ୟ ଆଜି ଏକ କିଲୋଗ୍ରାମ ପ୍ରତି ୧୦,୦୦୦ ବୃଦ୍ଧି ପାଇ ₹୨.୩୫ ଲକ୍ଷରେ ପହଞ୍ଚିଛି।

Also read- ଦୁଇ ମାସରେ ୫୧ ପ୍ରତିଶତ କମିଲାଣି ରୁପା, ଏବେ ଏଥିରେ ନିବେଶ ହେବ କି ଉଚିତ ?

ଏହା ପୂର୍ବରୁ ସୁନା ସୋମବାର ୧୦ ହଜାରରୁ ଅଧିକ ଶସ୍ତା ହୋଇଥିଲା। ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୧,୨୩କୁ ଖସି ଆସିଥିଲା। ସେହିପରି ରୁପା ମୂଲ୍ୟରେ ବି ୨୮ ହଜାର ଶସ୍ତା ହୋଇଥିଲା। ଇରାନ ଯୁଦ୍ଧ ଯୋଗୁ ଲୋକେ ଗୋଲ୍ଡ ନିବେଶ ହଟାଇ ଡଲାର ରିଜର୍ଭ କରିବାରୁ ଦର ହ୍ରାସ ହୋଇଥିଲା। ତେବେ ଦୁଇ ଦିନ ଭିତରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ନେଇ ଆଲୋଚନା ଜାରି ରହିଛି। ଏହି ସବୁଜ ସଂକେତ ମଧ୍ୟରେ ସୁନା ମୂଲ୍ୟ ପୁଣି ବଢ଼ିଛି।

ସୁନା ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୩ ଜାର ଓ ରୁପା ୪ ହଜାର ମହଙ୍ଗା

ଏହି ବର୍ଷ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ଘଟିଛି। ଗତ ବର୍ଷ ଶେଷରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ₹୧.୩୩ ଲକ୍ଷ ଥିଲା, ଏବଂ ବର୍ତ୍ତମାନ ଏହା ₹୧.୪୬ ଲକ୍ଷରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ₹୧୩,୦୦୦ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରୂପା ମଧ୍ୟ ₹୪,୦୦୦ ବୃଦ୍ଧି ପାଇଛି।

Scroll to Top