ରୋଷେଇଶାଳରେ ଅସରପା ଓ ମାଛି ଭର୍ତ୍ତି, କାଶୀ ଭାଇ ମିଠା ଦୋକାନରେ ଏମିତି ଚାଲିଥିଲା ରନ୍ଧା

ରୋଷେଇଶାଳରେ-ଅସରପା-ଓ-ମାଛି-ଭର୍ତ୍ତି,-କାଶୀ-ଭାଇ-ମିଠା-ଦୋକାନରେ-ଏମିତି-ଚାଲିଥିଲା-ରନ୍ଧା

ରୋଷେଇଶାଳରେ ଅସରପା ଓ ମାଛି ଭର୍ତ୍ତି, କାଶୀ ଭାଇ ମିଠା ଦୋକାନରେ ଏମିତି ଚାଲିଥିଲା ରନ୍ଧା

Published By: Ruby – Prameya-News7 Bureau | March 25, 2026 04:29 PM

NEWS7

Seal

ଉଦଳା ୨୩।୩: ଅଚାନକ କଲେ ଚଢ଼ାଉ । ଆଉ ସାମ୍ନାକୁ ଆସିଲା ହୋଟେଲରେ ଖାଦ୍ୟ ପ୍ରସ୍ତୁତିର ସାଙ୍ଘାତିକ ଚିତ୍ର । ଆବର୍ଜନା କୁଣ୍ଡ ଭିତରେ ଚାଲିଛି ଜଳଖିଆ ଓ ଖାଦ୍ୟ ପ୍ରସ୍ତୁତି । ହୋଟେଲରେ ଚଢ଼ାଉ କରାଯାଇ ହୋଟେଲ୍‌କୁ ସିଲ୍ କରାଯାଇଛି ।

ସୂଚନାଯୋଗ୍ୟ ଯେ ଉଦଳା ଏନଏସି ଏବଂ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିତ ଭାବେ ଉଦଳାର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ  କିଛି ହୋଟେଲରେ ବାସି ଖାଦ୍ୟ ଥିବା ଦେଖିବାକୁ ମିଳିଥିଲା । ଫଳରେ ସେମାନଙ୍କୁ ଫାଇନ୍ କରାଯାଇଥିଲା ।

ସେପଟେ ଉଦଳା ବଜାର ମଝିରେ ଥିବା କାଶୀ ଭାଇ ମିଠା ଦୋକାନରେ ଆବର୍ଜନା ଭିତରେ ଖାଦ୍ୟ ପ୍ରସ୍ତୁତି ଚାଲିଥିଲା । ରୋଷେଇଶାଳରେ ଅସରପା ଏବଂ ମାଛି ଭର୍ତ୍ତିହୋଇ ରହିଥିଲେ । ଏହା ସହିତ ବର୍ଷ ତମାମର ଦୁର୍ଗନ୍ଧଯୁକ୍ତ ପାଣି ଷ୍ଟକ ରହିଥିଲା । ହୋଟେଲରେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଚାଲୁଥିଲା । ଫଳରେ ହୋଟେଲ୍‌କୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଭବିଷ୍ୟତରେ ଏଭଳି ନକରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।

Scroll to Top