ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଛି । ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ୨୧.୬ ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି ।
Published By: Ruby – Prameya-News7 Bureau | March 23, 2026 02:32 PM
NEWS7
ପୁରୀ ୨୩।୩: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖୋଳାଯାଇ ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଜିପିଆର ସର୍ଭେ ହୋଇଥିଲା। ତେବେ ଏହି ରିପୋର୍ଟରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଏହାର ମଠ ଖୋଳାଗଲା ସେତେବେଳେ ମାଟିତଳୁ ଗଙ୍ଗବଂଶ ସମୟର କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ଦୁଇଟି ଭଗ୍ନ ସିଂହ ମୂର୍ତ୍ତି ବାହାରିଥିଲା। ସେହି ସମୟରେ ସାଧାରଣରେ ବିରୋଧ ହେବା ପରେ ଜିପିଆର୍ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ହୋଇଥିଲା। ସେହି ରିପୋର୍ଟରେ ଏବେ ବିସ୍ଫୋରକ ତଥ୍ୟ ମିଳିଛି। ମାଟିତଳେ ଆଉ ଏକ ଐତିହ୍ୟ ନଗରୀ ଥିବା ଚର୍ଚ୍ଚାକୁ ଏହି ସର୍ଭେ ରିପୋର୍ଟ ସ୍ପଷ୍ଟ କରିଛି।
Also Read:- Ratna Bhandar: ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ, ସୁରୁଖୁରୁରେ ହେଉ ରତ୍ନଭଣ୍ଡାରର ରତ୍ନ ଗଣତି ମଣତି
କେବଳ ଶ୍ରୀମନ୍ଦିର କଡ଼ କିମ୍ବା ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ, ବରଂ ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଛି। ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି। ୨୧.୬ ବର୍ଗମିଟର ପରିମିତ ଅଞ୍ଚଳରେ କୋଠା ରହିଛି। ‘ଏରିଆ-ଏଚ୍’ ବା ଏମାର ମଠ ସହ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତା ଅଞ୍ଚଳରେ ଏଭଳି ୪୩ ଟି ଐତିହ୍ୟ ଠାବ କରାଯାଇଛି। ଏହା ସହ ମାଟି କିମ୍ବା ଅନ୍ୟାନ୍ୟ ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠାବ କରାଯାଇଛି।




