ଟାଟା ମୋଟର୍ସରେ ଭୟାବହ ଅଗ୍ନିକାଣ୍ଡ, ପୁରା ଅଞ୍ଚଳରେ କଳାଧୁଆଁର ଆସ୍ତରଣ

ଟାଟା-ମୋଟର୍ସରେ-ଭୟାବହ-ଅଗ୍ନିକାଣ୍ଡ,-ପୁରା-ଅଞ୍ଚଳରେ-କଳାଧୁଆଁର-ଆସ୍ତରଣ

ଟାଟା ମୋଟର୍ସରେ ଭୟାବହ ଅଗ୍ନିକାଣ୍ଡ, ପୁରା ଅଞ୍ଚଳରେ କଳାଧୁଆଁର ଆସ୍ତରଣ

ଟାଟା ମୋଟର୍ସରେ ଭୟାବହ ଅଗ୍ନିକାଣ୍ଡ । ପୁରା ଅଞ୍ଚଳରେ କଳା ଧୁଆଁର ଆସ୍ତରଣ । ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ଟାଟା ମୋଟର୍ସ ଓ୍ୱାର୍କ ସପ୍ରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ ।

Published By: Kirti – Prameya-News7 Bureau | March 23, 2026 01:14 PM

NEWS7

tata motors

ଆଠଗଡ଼ ୨୩।୦୩ : ଟାଟା ମୋଟର୍ସରେ ଭୟାବହ ଅଗ୍ନିକାଣ୍ଡ । ପୁରା ଅଞ୍ଚଳରେ କଳା ଧୁଆଁର ଆସ୍ତରଣ । ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ଟାଟା ମୋଟର୍ସ ଓ୍ୱାର୍କ ସପ୍ରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିଶନ ବାହିନୀ ପକ୍ଷରୁ ଚାଲିଛି ନିଆଁ ଲିଭା କାମ ।

Also Read:-ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ରାଜ୍ୟରେ ୧୫ ମାଓବାଦୀ ଅଛନ୍ତି

ଖବର ଅନୁଯାୟୀ, ସୋମବାର ଦିନ ଖୁଣ୍ଟୁଣୀ ସ୍ଥିତ ଟାଟା ମୋଟର୍ସ ଓ୍ୱାର୍କ ସପ୍ରେ ଲାଗିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଟାଟା ମୋଟରରେ ଥିବା ଏକ ଟ୍ରକ ଏବଂ ସ୍କାର୍ପରେ ଲାଗିଛି ନିଆଁ । ଦେଖୁ ଦେଖୁ ନିଆଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଥିଲା । ପୁରା ଅଞ୍ଚଳରେ ଖେଳାଯାଇଥିଲା କଳା ଧୁଆଁର ଆସ୍ତରଣ ।

ସେପଟେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ବର୍ତ୍ତମାନ ଯାଏଁ କେତେ ପରିମାଣର କ୍ଷତି ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Scroll to Top