ଆକ୍ରମଣ କଲା ମାଙ୍କଡ଼, ଛାତରୁ ତଳକୁ ଖସିପଡ଼ିଲେ ମହିଳା
ଛାତ ଉପରକୁ ଯାଇଥିଲେ ମହିଳା । ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ମାଙ୍କଡ଼ । ଛାତ ଉପରୁ ତଳକୁ ଖସିପଡ଼ିଲେ । ମେଡିକାଲ ଆଣିଲେ ପରିବାର ଲୋକ । ଆଉ ତାପରେ…
Published By: Ruby – Prameya-News7 Bureau | March 23, 2026 09:34 AM
NEWS7
ଆଠଗଡ଼ ୨୩।୩: ମାଙ୍କଡ଼ ଆକ୍ରମଣରେ ମହିଳା ମୃତ । ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ମାଙ୍କଡ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ରାଜନଗର ଗ୍ରାମର ସୁଲୋଚନା ସାହୁ । ସେ ଛାତ ଉପରକୁ ଯାଇଥିବା ବେଳେ ତାଙ୍କୁ ଏକ ମାଙ୍କଡ ଆକ୍ରମଣ କରିଥିଲା । ଫଳରେ ସେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Also Read:- ପୁରୀରେ ପ୍ରବଳ କୁହୁଡ଼ି, ଲୁଚିଗଲା ବଡ଼ଦେଉଳ…
ତେବେ ଆଠଗଡ଼ ସଦର ରେଞ୍ଜରେ ଏବେ ମାଙ୍କଡ଼ ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଗତ କିଛି ଦିନ ଭିତରେ ଉକ୍ତ ମାଙ୍କଡ଼ ଆକ୍ରମଣରେ ୬ରୁ ୭ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣ କରୁଥିବା ଏହି ମାଙ୍କଡ଼କୁ ତୁରନ୍ତ କାବୁ କରିବା ପାଇଁ ସାଧାରଣରେ ଦାବି ହେଉଛି ।




