‘ଆମ ପାଇଁ ସମସ୍ତେ ସମାନ’, ଭୋଟ ଚୋରି ଅଭିଯୋଗ ଉପରେ ନିର୍ବାଚନ ଆୟୋଗଙ୍କ ଜବାବ

‘ଆମ-ପାଇଁ-ସମସ୍ତେ-ସମାନ’,-ଭୋଟ-ଚୋରି-ଅଭିଯୋଗ-ଉପରେ-ନିର୍ବାଚନ-ଆୟୋଗଙ୍କ-ଜବାବ

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଭୋଟ୍ ଚୋରି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ରବିବାର ସାମ୍ୱାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି, ଆମ ପାଇଁ କେହି ପକ୍ଷ କି ବିପକ୍ଷ ନୁହନ୍ତି, ବରଂ ସମସ୍ତେ ସମକକ୍ଷ । ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଂଗ୍ରେସର ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସିଇସି କହିଛନ୍ତି, ଯେକୌଣସି ଅଭିଯୋଗ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । ତ୍ରୁଣମୂଳ ସ୍ତରରେ ସବୁ ଭୋଟର, ସବୁ ରାଜନୈତିକ ଦଳ ଓ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମିଶି ପାରଦର୍ଶୀ ପ୍ରକ୍ରିୟାରେ କାମ କରୁଛନ୍ତି । ଘୋଷଣାପତ୍ର ଦେଉଛନ୍ତି, ଦସ୍ତଖତ କରୁଛନ୍ତି ଓ ଭିଡିଓ ପ୍ରଶଂସାପତ୍ର ବି ଦେଉଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି, ଭୋଟ୍ ଚୋରି ପରି ଶବ୍ଦ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭୁଲ ଓ ଏପରି ମାମଲାରେ କୋର୍ଟରେ ଆବେଦନ ଦାଖଲ କରାଯିବା ଦରକାର ଥିଲା । ସେ କହିଛନ୍ତି, ଭୋଟର୍ସଙ୍କ ଫଟୋ, ନାଁ ଓ ପରିଚୟ ସାର୍ବଜନୀନ ରୂପେ ଦେଖାଯାଇଛି, ଯାହା ଆଦୌ ଠିକ୍ ନୁହେଁ ।

Scroll to Top