Pakistan’s 1971 War: ୧୯୭୧ରେ ବଙ୍ଗାଳୀ ହିନ୍ଦୁଙ୍କ ଉପରେ ପାକିସ୍ତାନର ଅତ୍ୟାଚାରକୁ ଗଣହତ୍ୟାର ମାନ୍ୟତା ମିଳୁ: ଆମେରିକା ସଂସଦରେ ପ୍ରସ୍ତାବ ଆଗତ

pakistan’s-1971-war:-୧୯୭୧ରେ-ବଙ୍ଗାଳୀ-ହିନ୍ଦୁଙ୍କ-ଉପରେ-ପାକିସ୍ତାନର-ଅତ୍ୟାଚାରକୁ-ଗଣହତ୍ୟାର-ମାନ୍ୟତା-ମିଳୁ:-ଆମେରିକା-ସଂସଦରେ-ପ୍ରସ୍ତାବ-ଆଗତ

Pakistan’s 1971 War: ଆମେରିକା ସଂସଦରେ ଉଠିଲା ପାକିସ୍ତାନ ବିରୋଧୀ ସ୍ୱର। ୧୯୭୧ ମସିହାରେ ପାକିସ୍ତାନ, ବଙ୍ଗାଳୀ ହିନ୍ଦୁଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିଲା ଏହାକୁ ଗଣହତ୍ୟା କିମ୍ବା ଯୁଦ୍ଧ ଅପରାଧ ବୋଲି ମାନ୍ୟତା ଦିଆଯାଉ ବୋଲି ଜଣେ ଆମେରିକୀୟ ସାଂସଦ ଗ୍ରେଗ୍ ଲ୍ୟାଣ୍ଡସମ୍ୟାନ୍ ଦାବି କରିଛନ୍ତି। ଏନେଇ ସେ ଆମେରିକା ସଂସଦ କଂଗ୍ରେସରେ ଏକ ପ୍ରସ୍ତାବ ଆଣିଛନ୍ତି। ଓହିଓରୁ ଡେମୋକ୍ରାଟିକ ପାର୍ଟରୁ ସାଂସଦ ଥିବା ଗ୍ରେଗ୍ ଲ୍ୟାଣ୍ଡସମ୍ୟାନ୍ ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ପ୍ରସ୍ତାବକୁ ବୈଦେଶିକ ବ୍ୟାପାର ଗୃହ କମିଟିକୁ ପଠାଯାଇଛି।

୧୯୭୧ ଯୁଦ୍ଧରେ କେଉଁ ଅତ୍ୟାଚାର କରିଥିଲା ପାକିସ୍ତାନ
୧୯୭୧ ମସିହା ଯୁଦ୍ଧ ସମୟରେ, ‘ଅପରେସନ୍ ସର୍ଚ୍ଚଲାଇଟ୍’ ଅଧୀନରେ ପାକିସ୍ତାନର ସେନା ମୌଳବାଦୀ ଇସଲାମିକ ଗୋଷ୍ଠୀଗୁଡ଼ିକ, ବିଶେଷକରି ଜମାଲ୍-ଏ-ଇସଲାମି ଚିନ୍ତାଧାରାର ଲୋକଙ୍କ ସହ ମିଶି ପୂର୍ବ ବଙ୍ଗଳା(ବର୍ତ୍ତମାନର ବାଂଲାଦେଶ)ରେ ବଙ୍ଗାଳୀ ହିନ୍ଦୁମାନଙ୍କ ଉପରେ ବ୍ୟାପକ ଅତ୍ୟାଚାର କରିଥିଲା। ପାକିସ୍ତାନୀ ସେନା ତତ୍କାଳୀନ ପୂର୍ବ ବଙ୍ଗଳାରେ ଶହ ଶହ ଏବଂ ହଜାର ହଜାର ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା, ଯେଉଁଥିରେ ବଙ୍ଗାଳୀ ହିନ୍ଦୁ ମଧ୍ୟ ଥିଲେ।

ଲାଣ୍ଡସମ୍ୟାନ୍ ଆଣିଥିବା ପ୍ରସ୍ତାବରେ କଣ ଅଛି?
ଆମେରିକୀୟ ସାଂସଦ ଗ୍ରେଗ୍ ଲାଣ୍ଡସମ୍ୟାନ୍‌ଙ୍କୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନର ସେନା ମୌଳବାଦୀ ଇସଲାମିକ ଗୋଷ୍ଠୀମାନଙ୍କ ସହିତ ମିଶି “ଧର୍ମ ଏବଂ ଲିଙ୍ଗ ନିର୍ବିଶେଷରେ ଜାତିଗତ ବଙ୍ଗାଳୀମାନଙ୍କୁ ଆଖିମୁଜା ଗଣ ହତ୍ୟା କରିଛି, ସେମାନଙ୍କର ରାଜନୈତିକ ନେତା, ବୁଦ୍ଧିଜୀବୀ, ବୃତ୍ତିଗତ ଏବଂ ଛାତ୍ରମାନଙ୍କୁ ହତ୍ୟା କରିଛି ଏବଂ ହଜାର ହଜାର ମହିଳାଙ୍କୁ ସେମାନଙ୍କର ଯୌନ ଦାସୀ ଭାବରେ ସେବା କରିବାକୁ ବାଧ୍ୟ କରିଛି।”

ପଢ଼ନ୍ତୁ- ​​​​​​​ଇରାନର ବଡ଼ ଦାବି,ହୋର୍ମୁଜ ନିକଟରେ ଖସାଇ ଦେଇଛି ଶତ୍ରୁର F-15 ଯୁଦ୍ଧବିମାନ

ତାଙ୍କ ପ୍ରସ୍ତାବରେ, ଲ୍ୟାଣ୍ଡସମ୍ୟାନ୍ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ସାମୁହିକ ହତ୍ୟା, ଗଣଦୁଷ୍କର୍ମ, ଧର୍ମାନ୍ତରୀକରଣ ଏବଂ ବଳପୂର୍ବକ ବିତାଡ଼ନ ମାଧ୍ୟମରେ ଧାର୍ମିକ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ନିପାତ କରିବା ପାଇଁ” ଟାର୍ଗେଟ କରିଥିଲା। ଲ୍ୟାଣ୍ଡସମ୍ୟାନଙ୍କ ପ୍ରସ୍ତାବରେ ଅନ୍ୟ ଏକ ସ୍ଥାନରେ ଢାକାରେ ଥିବା ତତ୍କାଳନୀ ଆମେରିକା ରାଷ୍ଟ୍ରଦୂତ, ଆର୍ଚର ବ୍ଲଡଙ୍କ ଚିଠି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଛି। ଯିଏକି ସେତେବେଳେ ୨୮ ମାର୍ଚ୍ଚ, ୧୯୭୧ରେ “ସିଲେକ୍ଟିଭ୍ ଜେନୋସାଇଡ୍” ଶୀର୍ଷକ ୱାଶିଂଟନକୁ ଏକ ଟେଲିଗ୍ରାମ ପଠାଇଥିଲେ। ଯେଉଁଥିରେ ସେ ଲେଖିଥିଲେ “ତା’ଛଡା, ପାକିସ୍ତାନ ସେନାର ସମର୍ଥନରେ, ଅଣ-ବଙ୍ଗାଳୀ ମୁସଲମାନମାନେ ଯୋଜନାବଦ୍ଧ ଭାବରେ ଗରିବ ଲୋକଙ୍କ ବାସସ୍ଥାନ ଉପରେ ଆକ୍ରମଣ କଲେ ଏବଂ ବଙ୍ଗାଳୀ ଏବଂ ହିନ୍ଦୁମାନଙ୍କୁ ହତ୍ୟା କଲେ।”

୬ ଏପ୍ରିଲ ୧୯୭୧ ମସିହାରେ ପଠାଯାଇଥିବା ଏହି ଟେଲିଗ୍ରାମ “ବ୍ଲଡ୍ ଟେଲିଗ୍ରାମ” ଭାବରେ ଜଣାଶୁଣା। ଏଥିରେ ଆର୍ଚର ବ୍ଲଡଙ୍କ ଏହି ସଂଘର୍ଷ ଉପରେ ଆମେରିକା ସରକାରଙ୍କ ନୀରବତା ବିରୁଦ୍ଧରେ ଆପତ୍ତି ମଧ୍ୟ ପଠାଇଥିଲେ। ଏହି ଆପତ୍ତି ପତ୍ରରେ ସେତେବେଳେ ଡାକାରେ ଥିବା ୨୦ ଆମେରିକା କୂଟନୈତିକ କର୍ମଚାରୀ ଦସ୍ତଖତ ବି କରିଥିଲେ। ଏହାର ଏକ ଅଂଶରେ ଲେଖାଯାଇଛି “ ଏଥିରେ ଦୁର୍ଭାଗ୍ୟ ବଶତଃ ଗଣହତ୍ୟା ଭଳି ଶବ୍ଦ ବ୍ୟବହାର କରାଯାଇଥିଲେ ବି ଆମେ ନୈତିକତା ଦୃଷ୍ଟିରୁ ବି ହସ୍ତକ୍ଷେପ ନକରିବାକୁ ନିଷ୍ପତ୍ତି ନେଇଛୁ। କେବଳ ଏହି ଆଧାରରେ ଯେ ଏହା ଆୱାମୀ ସଂଘର୍ଷ, ଏହା ଏକ ସାର୍ବଭୌମ ରାଷ୍ଟ୍ରର ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ। କିନ୍ତୁ ଏ ନେଇ ଆମେରିକାବାସୀଙ୍କ ମଧ୍ୟରେ ଅଶନ୍ତୋଷ ରହିଛି।

ଲ୍ୟାଣ୍ଡସମ୍ୟାନଙ୍କ ପ୍ରସ୍ତାବରେ ଆହୁରି ଉଲ୍ଲେଖ କରାଯାଇଛି ଯେ ୮ ଏପ୍ରିଲ୍ ୧୯୭୧ରେ ରାଷ୍ଟ୍ରଦୂତ ବ୍ଲଡ୍ ଆଉ ଏକ ଟେଲିଗ୍ରାମ ପଠାଇଥିଲେ, ଯେଉଁଥିରେ ଏକ ଅଂଶରେ ଲେଖାଯାଇଛି, “‘ ବିଶେଷକରି ହିନ୍ଦୁମାନଙ୍କ ଉପରେ ଅଚ୍ୟାଚାର କରିବା ପାଇଁ କରାଯାଇଥିବା ଏହି ଗଣହତ୍ୟା ନଗ୍ନ, ଯୋଜନାବଦ୍ଧ ଏବଂ ବ୍ୟାପକ ଚୟନ କରି କରାଯାଇଛି।”

Also read- କତାରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ, ଜ​‌ଣେ ନିଖୋଜ

Scroll to Top