ନୂଆଦିଲ୍ଲୀ, ୨୨ /୦୩:ଗୋଟିଏ ପଟେ ଇରାନ-ଆମେରିକା ଯୁଦ୍ଧ । ଅନ୍ୟ ଦିଗରେ ଚାରିବର୍ଷ ହେଲା ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ । ବିଭିନ୍ନ ଅଞ୍ଚଳରେ ମିସାଇଲ ମାଡ କରୁଛି । ଯାହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଜନତାଙ୍କ ଉପରେ । ସାଧାରଣ ଜନତା ବ୍ୟବହାର କରୁଥିବା ଘର, ଆପାର୍ଟମେଣ୍ଟ, ସ୍କୁଲ, କଲେଜ, ହସ୍ପିଟାଲ ଆଦି ନଷ୍ଟ ହୋଇଯାଇଛି । କାଲି ଏତିକି ନୁହେଁ ୟୁକ୍ରେନର ଜନସଂଖ୍ୟା କମୁଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଉଛି ।
Also Read :- ଚାଲିଛି ଯୁଦ୍ଧ, କିନ୍ତୁ ଜିତିଗଲେ ପୁଟିନ ! ୟୁରୋପୀୟ ସଂଘ ସଭାପତିଙ୍କ ବୟାନକୁ ନେଇ ସବୁଠି ଚର୍ଚ୍ଚା
ଚିନ୍ତା ବଢାଇଲା ବ୍ରିଟେନ୍ ସାମ୍ବାଦିକଙ୍କ ରିପୋର୍ଟ
ବ୍ରିଟିଶ ସାମ୍ବାଦିକ ଓ୍ୱିଲ୍ ଲିଓଡଙ୍କ ରିପୋର୍ଟ ଅନୁସାରେ,୨୦୨୫ରେ ୟୁକ୍ରେନର ଜନସଂଖ୍ୟା୨୦ମିଲିୟନ ବା ୨ କୋଟିକୁ ଖସି ଆସିଛି । ୨୦୧୪ରେ ଏହି ସଂଖ୍ୟା ୪୦ମିଲିୟନ ବା ୪ କୋଟି ଥିଲା । ଅର୍ଥାତ ୧୦–୧୧ ବର୍ଷରେ ଜନସଂଖ୍ୟା ପ୍ରାୟ ଅଧା ହୋଇଯାଇଛି ।
ସାମ୍ବାଦିକ ଆହୁରି କହିଛନ୍ତି ଯେ, ଜନସଂଖ୍ୟା ଅସ୍ୱାଭାବିକ ଭାବେ କମିଛି । ଏନେଇ ସରକାରୀ ଭାବେ ତଥ୍ୟ ଦିଆଯାଇ ନାହିଁ । ଏବେ ସବୁଆେ ଯୁଦ୍ଧର ମାହୋଲ । ସବୁ ଦେଶକୁ ଆଡବାନ୍ସଡ୍ ଏୟାର ଡିଫେନ୍ସ ସିଷ୍ଟମ ଦରକାର । କିଭ୍ଠୁ ତେଲ୍ ଅଭିଭ୍ ଯାଏଁ ଡିଫେନ୍ସ ସିଷ୍ଟମର ଆବଶ୍ୟକତା ରହିଛି ।
ୟୁକ୍ରେନର ଜନସଂଖ୍ୟା ତଥ୍ୟ
୨୦୦୧ ପରଠୁ ୟୁକ୍ରେନରେ ବିଧିବଦ୍ଧ ଜନଗଣନା ହୋଇନାହିଁ । ୟୁଏନ୍ ସମେତ ଅନେକ ସଂଖ୍ୟାର ଆକଳନ ଅନୁସାରେ ୨୦୨୪ରେ ୟୁକ୍ରେନର ଜନସଂଖ୍ୟା ୩୭–୩୮ ମିଲିୟନ ଥିଲା । ଏଥିରେ ଯେଉଁ ସବୁ ସ୍ଥାନରେ ବିବାଦ ରହିଛି ତାହାକୁ ମଧ୍ୟ ସାମିଲ କରାଯାଇଥିଲା । କେବଳ ସରକାରୀ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ଦେଖିଲେ ଏହା ଆହୁରି କମ୍ ଅର୍ଥାତ ମାତ୍ର ୨୮ରୁ ୩୨ ମିଲିୟନ । ତେଣୁ ୨୦୧୪ ତୁଳନାରେ ଏବେ ୨୦ ମିଲିୟନ ଜନସଂଖ୍ୟା ହ୍ରାସକୁ କିଛି ବିଶେଷଜ୍ଞ ଭରସା କରୁ ନାହାଁନ୍ତି ।
ଯୁଦ୍ଧ ଏବଂ ସ୍ଥାନାନ୍ତର
ୟୁକ୍ରେନରେ ଜନସଂଖ୍ୟା ହ୍ରାସର ପ୍ରମୁଖ କାରଣ ହେଉଛି ଯୁଦ୍ଧ । ଫଳରେ ଅନେକ ଲୋକ ଦେଶ ଛାଡି ବାହାରକୁ ଚାଲିଯାଇଛନ୍ତି । ୨୦୨୨ ପରଠୁ ୬୦ ଲକ୍ଷ ଲୋକ ଦେଶ ବାହାରକୁ ପଳାୟନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ମହିଳା ଏବଂ ଶିଶୁ ରହିଛନ୍ତି । ୟୁଏନ ମଧ୍ୟ ସମାନ କଥା କହିଛି । ୟୁକ୍ରେନର ଜନସଂଖ୍ୟା କେବଳ ଯୁଦ୍ଧ ପାଇଁ ପ୍ରାୟ ଏକ କୋଟି ହ୍ରାସ ପାଇଛି । ଯେଉଁମାନଙ୍କ ମଧ୍ୟରେ ଯୁଦ୍ଧରେ ପ୍ରାଣ ହରାଇଥିବା ବ୍ୟକ୍ତି, ବିଦେଶକୁ ପଳାୟନ କରିଥିବା ମହିଳା ଏବଂ ଶିଶୁ ସାମିଲ ଅଛନ୍ତି । କେବଳ ଏତିକି ନୁହେଁ ଦେଶର ଜନ୍ମହାର ମଧ୍ୟ କମିଛି ।
କମୁଛି ଜନ୍ମହାର
ଯୁଦ୍ଧ ଆରମ୍ଭ ହେଲା ପରଠୁ ଅର୍ଥାତ ୨୦୨୨ ମସିହାରୁ ଜନ୍ମହାର ଲଗାତାର ଭାବେ କମୁଛି । ସେହିପରି ରିପ୍ଲେସମେଣ୍ଟ୍ ରେଟ୍ ୨.୧ ତଳେ ରହିଛି । ଏହି ସମୟ ମଧ୍ୟରେ ମୃତ୍ୟୁହାର ବଢିଛି । ଜନ୍ମ ହେଉଥିବା ପ୍ରତି ବ୍ୟକ୍ତିଙ୍କ ତୁଳନାରେ ତିନି ଜଣ ପ୍ରାଣ ହରାଉଛନ୍ତି । ଯାହା ଦେଶରେ ଆଗାମୀ ଦିନରେ ଗୁରୁତର ସଙ୍କଟ ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି ।




