ବିବାହକୁ ଡାକି ନଥିବାରୁ ରାଗିଥିଲେ କୁନି ଫ୍ୟାନ; ଘରକୁ ଡାକି ରୟାଲ୍ ଷ୍ଟାଇଲ୍ରେ ସ୍ୱାଗତ କଲେ ବିଜୟ-ରଶ୍ମିକା
ବିଜୟ ଏବଂ ରଶ୍ମିକା ସେମାନଙ୍କର ପ୍ରତିଶ୍ରୁତି ପୁରା କରିଛନ୍ତି। ସେମାନେ ସେମାନଙ୍କର କୁନି ପ୍ରଶଂସକଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ଏବଂ ତାଙ୍କୁ ଗ୍ରାଣ୍ଡ ୱେଲକମ କରିଥିଲେ। ସମ୍ପୂର୍ଣ୍ଣ ଭିଡିଓ ଏଠାରେ ଦେଖନ୍ତୁ…
Published By: Simran – Prameya-News7 Bureau | March 22, 2026 01:27 PM
NEWS7
ମୁମ୍ଵାଇ ୨୨।୦୩; ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନା ପୁଣି। ଦୁହେଁ ଥରେ ପ୍ରମାଣ କରିଛନ୍ତି ଯେ ସେମାନେ କେବଳ ଭଲ କଳାକାର ନୁହନ୍ତି, ବରଂ ବହୁତ ଭଲ ମଣିଷ ମଧ୍ୟ। ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି କପଲ୍ ଜଣେ କୁନି ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ କରି ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବରୁ ଏହି କୁନି ଫ୍ୟାନର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଜୟଙ୍କ ଉପରେ ଖୁବ ରାଗିଥିଲେ । କାରଣ ଥିଲା ବିଜୟ ତାଙ୍କୁ ନିଜ ବିବାହକୁ କାହିଁକି ଡାକିନଥିଲେ? ବିଜୟଙ୍କ ନଜରରେ ଏହି ଭିଡିଓ ଆସିବା ମାତ୍ରେ ସେ ତୁରନ୍ତ ତାଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ନିଜ ହାତରେ ରୋଷେଇ କରି ଖୁଆଇବେ ବୋଲି କହିଥିଲେ ।
ନିକଟରେ ବିଜୟ ଏବଂ ରଶ୍ମିକା ସେହି କୁନି ଝିଅଟିକୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ଯାହାର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ବିଜୟ କୁନି ଝିଅଟିକୁ ଗେଲରେ ନିଜ କୋଳରେ ଉଠାଇ ଘର ଭିତରକୁ ନେଇଥିଲେ । ଖାଇବା ଟେବୁଲରେ ରଶ୍ମିକା ନିଜେ ଲଡ଼ୁ ପରଷିଥିଲେ । ପରେ ବିଜୟ ଭାତ ପରଷି ଖୁଆଇଥିଲେ । ଖାଇବା ସରିବା ପରେ ଦୁହେଁ ଝିଅଟିକୁ କୋଳରେ ଧରି ଗପସପ କରିଥିଲେ। ଏହି ପୋଷ୍ଟକୁ ଦେଖି ଫ୍ୟାନ୍ସ ଖୁବ୍ ଖୁସି ହୋଇଯାଇଛନ୍ତି ।
କହିବାକୁ ଗଲେ ଗତ ଫେବୃଆରୀ ୨୬ରେ ଉଦୟପୁରରେ ବିଜୟ ଏବଂ ରଶ୍ମିକା ବିବାହ କରିଥିଲେ । ଏହାପରେ ୪ ମାର୍ଚ୍ଚରେ ହାଇଦ୍ରାବାଦରେ ଉଭୟ ଗ୍ରାଣ୍ଡ ରିସେପ୍ସନ ଦେଇଥିଲେ । ବିବାହ ପରେ ଏହି ଯୋଡ଼ି ଦେଶର ବିଭିନ୍ନ ରାଜ୍ୟର ମନ୍ଦିରରେ ଅନ୍ନଦାନ କରିବା ସହ ସମସ୍ତଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ ।
Also Read-ରୋହିତ ଶେଟ୍ଟୀଙ୍କ ଘରେ ଫାୟାରିଂ ମାମଲାରେ ବଡ ସଫଳତା, ଶୁଭମ ଲୋଣକର ଗ୍ୟାଙ୍ଗର ସୁଟର ପ୍ରଦୀପ ଗିରଫ




