କଲେଜରେ ଛାତ୍ରଙ୍କୁ ମର୍ଡର, ପୋଷ୍ଟମର୍ଟମ ରୁମ୍ରେ ବାପା କହିଲେ- ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ପରେ ହିଁ ପୁଅର କରିବି ଶବଦାହ
Published By: Kirti – Prameya-News7 Bureau | March 21, 2026 11:27 AM
NEWS7
ଲକ୍ଷ୍ନୌ ୨୧।୦୩ :ଉତ୍ତରପ୍ରଦେଶ ବାରାଣାସୀର ଉଦୟ ପ୍ରତାପ କଲେଜରେ ଛାତ୍ରଙ୍କୁ ଗୁଳି କରି ହତ୍ୟା ମାମଲାର ବଡ଼ ଅପଡେଟ୍ । ଛାତ୍ରଙ୍କ ମୃତଦେହ ନେବାକୁ ରୋକଠୋକ ମନା କରିଦେଇଛନ୍ତି ମୃତକ ବାପା । ଏହାସହିତ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିବାକୁ ସୂର୍ଯ୍ୟପ୍ରତାପ ଦେବଙ୍କ ବାପା ଦାବି ରଖିଛନ୍ତି।
ମୃତକ ସୂର୍ଯ୍ୟ ପ୍ରତାପ ସିଂଙ୍କ ଘର ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ । ସେ ବାରାଣାସୀ ୟୁନିଭର୍ସିଟିରେ ବିଏସ୍ସି ବିଭାଗର ଛାତ୍ର ଥିଲେ । ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦ ଲାଗି ସୂର୍ଯ୍ୟପ୍ରତାପଙ୍କୁ ଦିନ ଦ୍ୱିପହରେ ଗୁଳି କରିଥିଲେ । ଏହାପରେ ତୁରନ୍ତ ସୂର୍ଯ୍ୟପ୍ରତାପଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଉଥିଲେ । ହେଲେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ବନ୍ଧୁକ ଏବଂ ବାଇକ୍ ଛାଡ଼ି ଫେରାର ମାରିଥିଲେ ।
ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ପାଇଁ ଆରମ୍ଭ କରିଥିଲା ପ୍ରକ୍ରିୟା । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ୬ଟି ଗଠନ କରାଯାଇଥିଲା । ହେଲେ ଏସବୁ ଭିତରେ ଛାତ୍ରଙ୍କ ବାପା ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟରେ ହତ୍ୟା କରାଯାଇନାହିଁ । ସେ ପର୍ଯ୍ୟନ୍ତୁ ମୁଁ ମୋ ପୁଅର ମୃତଦେହକୁ ନେବି ନାହିଁ କି ଶବଦାହ ବି କରିବିନାହିଁ ।
Also Read:-Global Terrorism Index: କର୍ମଫଳ ଭୋଗୁଛି ପାକିସ୍ତାନ, ସାପଙ୍କୁ ପୋଷି ଚୋଟ ଖାଉଛି




