Petrol Prices: ଆଗକୁ ବଢ଼ିପାରେ ସାଧାରଣ ପେଟ୍ରୋଲର ଦାମ, ପ୍ରିମିୟମ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗରେ ସଞ୍ଜୟ ଲାଠ ରଖିଲେ ପ୍ରତିକ୍ରିୟା

petrol-prices:-ଆଗକୁ-ବଢ଼ିପାରେ-ସାଧାରଣ-ପେଟ୍ରୋଲର-ଦାମ,-ପ୍ରିମିୟମ-ପେଟ୍ରୋଲ-ଦର-ବୃଦ୍ଧି-ପ୍ରସଙ୍ଗରେ-ସଞ୍ଜୟ-ଲାଠ-ରଖିଲେ-ପ୍ରତିକ୍ରିୟା

ଉତ୍କଳ ପେଟ୍ରୋଲ ଡିଲର୍ସ ଆସସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ଆଗକୁ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦର ଦାମ ବୃଦ୍ଧି ହେବାର ସମ୍ଭାବନା ରହିଛି।

Published By: Chikun – Prameya-News7 Bureau | March 20, 2026 09:06 PM

NEWS7

Sanjay Lath petrol prices

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧର ଗୁରୁତର ପ୍ରଭାବ ପଡ଼ିଛି ସାରା ବିଶ୍ବର ତେଲ ଯୋଗାଣ ଉପରେ। ଫଳରେ ବିଶ୍ବର ଅନେକ ଦେଶରେ ସୃଷ୍ଟି ହୋଇଛି ଶକ୍ତି ସଙ୍କଟ। ଏହାରି ମଧ୍ୟରେ ଯୁଦ୍ଧର ପ୍ରଥମ ପ୍ରଭାବ ପଡ଼ିଛି ଭାରତୀୟ ତେଲ ମାର୍କେଟ ଉପରେ। ଦେଶରେ ବଢ଼ିଛି ପ୍ରିମିୟମ ଅର୍ଥାତ ପାଓ୍ବାର ପେଟ୍ରୋଲର ଦାମ୍ । ବିଭିନ୍ନ କମ୍ପାନି ସେମାନଙ୍କର ପ୍ରିମିୟମ ପେଟ୍ରୋଲର ଦାମରେ ୨ ଟଙ୍କା ୩୦ ପଇସା ପ୍ରତି ଲିଟର ବୃଦ୍ଧି କରିଛନ୍ତି।

Also Read: Petrol Price: ତେଲ ଉପରେ ପଡ଼ିଲା ଇରାନ ଯୁଦ୍ଧର ପ୍ରଭାବ, ଦେଶରେ ବଢ଼ିଲା ପ୍ରିମିୟମ ପେଟ୍ରୋଲ ଦାମ୍

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ପେଟ୍ରୋଲ ଡିଲର୍ସ ଆସସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ। ସେ କହିଛନ୍ତି, ‘‘ଆଜି ସକାଳ ୬ରୁ ଏହି ନୂଆ ଦର ଲାଗୁ ହୋଇଛି। ଯଦି ଯୁଦ୍ଧ ଏହିଭଳି ଭାବରେ ଲାଗି ରୁହେ ତେବେ ଦର ବଢ଼ିପାରେ। ଆଗକୁ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦର ଦାମ ବୃଦ୍ଧି ହେବାର ସମ୍ଭାବନା ରହିଛି। ସମୟ ଏମିତି ବି ଆସିପାରେ ଗ୍ୟାସ ଭଳି ପେଟ୍ରୋଲ ଓ ଡିଜେଲ ବ୍ୟବହାରରେ ମଧ୍ୟ ସରକାର କଟକଣା ଲଗାଇପାରନ୍ତି। ପେଟ୍ରୋଲ ଟାଙ୍କି ମାଲିକମାନେ ରପ୍ତାନୀରେ କ୍ଷତି ସହିଲେ ତୈଳ ଦର ବୃଦ୍ଧି ପାଇବା ମଧ୍ୟ ସ୍ୱାଭାବିକ। ଷ୍ଟ୍ରେଟ ଅଫ୍ ହର୍ମୁଜ ଖୋଲା ନଗଲେ ସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି କହିଛନ୍ତି ସଞ୍ଜୟ ।

Scroll to Top