Nandankanan : ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ : ଜୁନାଗଡ଼ ଗଲେ ୭, ନନ୍ଦନକାନନ ଆସିବେ ୧୮ ଜୀବଜନ୍ତୁ

nandankanan-:-ଅଦଳ-ବଦଳ-ପ୍ରକ୍ରିୟା-ଆରମ୍ଭ-:-ଜୁନାଗଡ଼-ଗଲେ-୭,-ନନ୍ଦନକାନନ-ଆସିବେ-୧୮-ଜୀବଜନ୍ତୁ

ବାରଙ୍ଗ ୨୦।୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜରାଟ ସକ୍କରବାଗ ଚିଡିଆଖାନା ମଧ୍ୟରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ମିଳିଛି । ଗତ ୧୯ ତାରିଖ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ୍ ଜୀବଜନ୍ତୁ ନେଇ ଗୁଜରାଟ ଜୁନାଗଡ଼ର ସକ୍କରବାଗ ପ୍ରାଣୀ ଉଦ୍ୟାନ ଯାଇଛନ୍ତି । ସେମାନେ ନନ୍ଦନକାନନରୁ ୩ ପ୍ରଜାତିର ୭ ଜୀବଜନ୍ତୁ ନେଇଛନ୍ତି । ସେଥିରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ତିନୋଟି ମାଈ ଚଉସିଂଘା ଓ ଗୋଟିଏ ଅଣ୍ଡିରା, ଦୁଇଟି ମାଈ କୁଜି ହରିଣ ଅଛନ୍ତି ।

ଏହାର ପ୍ରତି ବଦଳରେ ଜୁନାଗଡ଼ରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ନେଇ ଆସିବେ । ସେଥିରେ ଦୁଇ ଯୋଡ଼ା ଡେମୋଇସେଲ୍ କ୍ରେନ୍, ଦୁଇ ଯୋଡ଼ା ଚିତାବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ଏହି ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ନୂଆ ଜନ୍ତୁ ଭାବରେ ଦୁଇ ଯୋଡ଼ା ଡେମୋଇସେଲ୍ କ୍ରେନ୍ ପାଇବ । ବାକି ସବୁ ଜନ୍ତୁ ରକ୍ତ ସମ୍ପର୍କ ବଦଳାଇବା ସହିତ ରୋଗ ହାର କମାଯାଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Scroll to Top