Vigilance Raid: ସରକାରୀ ଅର୍ଥ ହରିଲୁଟ୍, ବନ୍ଧା ହେଲେ ବାପା-ମାଆ, ପୁଅ ସହ କ୍ଲର୍କ

vigilance-raid:-ସରକାରୀ-ଅର୍ଥ-ହରିଲୁଟ୍,-ବନ୍ଧା-ହେଲେ-ବାପା-ମାଆ,-ପୁଅ-ସହ-କ୍ଲର୍କ

କଟକ: କୋରେଇ BEO ଅଫିସରୁ ୫ କୋଟି ୫୬ ଲକ୍ଷ ଟଙ୍କାର ବୃହତ ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଗତକାଲି ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଥିବା ବେଳେ, ଆଜି ଭୋର ସମୟରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଛି। ଏଥି ସହ କୋରେଇ ବିଇଓ ଅଫିସ ରେ କାର୍ଯ୍ୟରତ ବିଷ୍ଣୁ ପ୍ରସାଦ ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।। ଏହି ମାମଲାରେ କ୍ଲର୍କକୁ ମଧ୍ୟ ବାନ୍ଧିଛି ଭିଜିଲାନ୍ସ।

କୋଲକାତାରେ କରିତିଲେ ଆତ୍ମ ଗୋପନ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ ମହାନ୍ତି ହେଉଛନ୍ତି ଏହି କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ପ୍ରଦୀପ ମହାନ୍ତିତାଙ୍କ ପତ୍ନୀ ଗିରଫଦାରୀ ଏଡ଼ାଇବା ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିଲେ। ସେମାନେ କୋଲକାତାରେ ଲୁଚି ରହିଥିବା ସନ୍ଦେହ କରି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ଚଢ଼ାଉ ଜାରି ରଖିଥିଲା। ତେବେ ଭିଜିଲାନ୍ସ ହାତରେ ଧରାପଡ଼ିବା ଭୟରେ ଉଭୟ ଗତକାଲି ରାତିରେ କୋଲକାତା ଛାଡ଼ି ଭଦ୍ରକ ପଳାଇ ଆସିଥିଲେ। ଭଦ୍ରକ ଚରମ୍ପା ଅଞ୍ଚଳର ଏକ ହୋଟେଲରେ ଲୁଚି ରହିଥିବା ବେଳେ ଆଜି ସକାଳେ ଭିଜିଲାନ୍ସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।

Also Read: ଇଡି ଜାଲରେ ବଡ଼ ଡାଏରୀ ବ୍ରାଣ୍ଡ, ବିଦେଶକୁ ରପ୍ତାନୀ କରୁଥିଲା ଅପମିଶ୍ରିତ ଦୁଗ୍ଧଜାତ ଦ୍ରବ୍ୟ

ସଦସ୍ୟଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର

ତଦନ୍ତରୁ ଜଣାପଡିଛି ଯେ, ହରିଲୁଟ୍ କରାଯାଇଥିବା ସମସ୍ତ ଅର୍ଥ ପ୍ରଦୀପ ମହାନ୍ତି, ତାଙ୍କ ପତ୍ନୀ ଗୀତାରାଣୀ, ପୁଅ ମାତୃପ୍ରସାଦ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ପ୍ରଦୀପ ମହାନ୍ତି BEO ଅଫିସରେ ପୁନଃ ନିଯୁକ୍ତି ପାଇବା ପରେ ସିଷ୍ଟମର ଅପବ୍ୟବହାର କରି ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା କରିଥିଲେ। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଉଭୟ ପତି-ପତ୍ନୀଙ୍କୁ ଗିରଫ କରା ଯାଇଛି। ଗତ କାଲି ପୁଅ ମାତୃ ପ୍ରସାଦ ମହାନ୍ତି ଙ୍କୁ ଗିରଫ କରିଥିଲା।

Also Read: ବହୁତ ଦିନ ହେଲା ଛୁଟି ମାଗୁଥିଲା…ମିଳିଲାନି ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଦେଲା ଗାର୍ଡ

ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଆଉ କେଉଁଠି ଟଙ୍କା ବିନିଯୋଗ କରାଯାଇଛି, ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ଭିଜିଲାନ୍ସ କହିଛି।୧୩ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ନାମ ରେ କେଳେଙ୍କାରୀ କରିଥିଲେ ପ୍ରଦୀପ ମହାନ୍ତି। ଭିଜିଲାନ୍ସ ପ୍ରଦୀପଙ୍କ ସହିତ ପୁଅ ମାତୃ ପ୍ରସାଦ ମହାନ୍ତି, ପତ୍ନୀ ଓ କିରାଣୀଙ୍କୁ ଗିରଫ କରିଛି।

Scroll to Top