ରୋଗୀ ଛାଡ଼ି ଫେରୁଥିବା ବେଳେ ଗଛରେ ପିଟିହେଲା ଆମ୍ବୁଲାନ୍ସ, କଟରରେ କାଟି ଚାଳକଙ୍କୁ ଉଦ୍ଧାର କଲେ

ରୋଗୀ-ଛାଡ଼ି-ଫେରୁଥିବା-ବେଳେ-ଗଛରେ-ପିଟିହେଲା-ଆମ୍ବୁଲାନ୍ସ,-କଟରରେ-କାଟି-ଚାଳକଙ୍କୁ-ଉଦ୍ଧାର-କଲେ

ରୋଗୀ ଛାଡ଼ି ଫେରୁଥିବା ବେଳେ ଗଛରେ ପିଟିହେଲା ଆମ୍ବୁଲାନ୍ସ, କଟରରେ କାଟି ଚାଳକଙ୍କୁ ଉଦ୍ଧାର କଲେ

Published By : Prameya-News7 Bureau | August 17, 2025 IST

ଢେଙ୍କାନାଳ ୧୭।୮: ଢେଙ୍କାନାଳ ଟାଉନ ଥାନା ମହିଷାପାଟ ଶଙ୍କରପୁର ରାସ୍ତାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । କଟକରୁ ରୋଗୀ ଛାଡି ଫେରୁଥିବା ବେଳେ ମହିଷାପାଟ ଆରଟିଓ ଗ୍ରାଉଣ୍ଡ ନିକଟରେ ରାସ୍ତା ପାର୍ଶ୍ଵରେ ଆମ୍ବୁଲାନ୍ସଟି ଏକ ଗଛରେ ଧକ୍କା ହୋଇଛି । ଯାହାଦ୍ଵାରା ୧୦୮ଟି ସମ୍ମୁଖ ଭାଗ ଗଛରେ ଚାପିହୋଇ ରହିବାରୁ ଚାଳକ ଚାପି ହୋଇ ରହିଥିଲେ । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଗାଡିରୁ ଚାଳକଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁର୍ଘଟଣାରେ ୧୦୮ର ହେଲପର ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆମ୍ବୁଲାନ୍ସ ଚାଳକ ପରିଚୟ ମିଳିପାରିନାହିଁ । ଗୁରୁତର ଆମ୍ବୁଲାନ୍ସ ଡ୍ରାଇଭର ହେଲେ ସୁକାନ୍ତ ସାହୁ ଓ ହେଲପର ସୁଦୀପ୍ତ ରଣା ବୋଲି ଜଣାପଡିଛି । ତେବେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ ପଟ୍ଟନାୟକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । 

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top