ମୁଖ୍ୟ ବଜାରରେ ବୁଲୁ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି। ବନ ଭିଭାଗ ଭାଲୁର ଗତିବିଧି ଲକ୍ଷ୍ୟ କରୁଛି। ଭାଲୁଟି ଜଙ୍ଗଲରେ କିପରି ରହିବ ସେନେଇ ବନ ବିଭାଗ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Published By: Prativa – Prameya-News7 Bureau | March 19, 2026 11:00 AM
NEWS7
ଲମତାପୁଟ ୧୯/୦୩ : ଭୟ ଲାଗୁଛି । ଘରୁ ବାହାରିଲେ ଡର ଲାଗୁଛି । କାରଣ ରାତି ହେଲେ ବୁଲୁଛି ଭାଲୁ । ମାଛକୁଣ୍ଡ ଅଞ୍ଚଳରେ ଭାଲୁ ଆତଙ୍କ। ରାତି ହେଲେ ଖାଦ୍ୟ ଅନ୍ଵେଷଣରେ ସହର ମୁହାଁ ଭାଲୁ। ଦୁଇ ଦିନ ହେଲା ମାଛକୁଣ୍ଡ ମୁଖ୍ୟ ବଜାରରେ ବୁଲୁଛି ଏହି ଜଙ୍ଗଲୀ ଜନ୍ତୁ। ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ। ଭାଲୁର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ।
also read…House adjourn: ଏସିସିବି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ, ଚାଲିପାରିଲାନି ଗୃହକାର୍ଯ୍ୟ
ସୂଚନାନୁଯାୟୀ, ଦୁଇ ଦିନ ତଳେ ଭାଲୁଟି ଅନକାଡେଲି ଗ୍ରାମର ନିକଟ ବଣ୍ଡାବସା ଅଞ୍ଚଳରେ ଆଖୁ କିଆରୀରେ ପଶି ଆଖୁ ନଷ୍ଟ କରିବା ସହ ଆଖୁ ଖାଇ ଜଙ୍ଗଲକୁ ଫେରିଯାଇଥିଲା। କିଛି ବର୍ଷ ହେଲାଣି ଏହି ଅଞ୍ଚଳରେ ଭାଲୁ ଦେଖିବାକୁ ମିଳୁନଥିଲା କିନ୍ତୁ ଏହି ଭାଲୁଟି ଦୁଇଦିନ ଧରି ଅଞ୍ଚଳରେ ବୁଲି ଫସଲ ନଷ୍ଟ କରିବା ଏବଂ ମୁଖ୍ୟ ବଜାରରେ ବୁଲୁ ଥିବାରୁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି। ବନ ଭିଭାଗ ଭାଲୁର ଗତିବିଧି ଲକ୍ଷ୍ୟ କରୁଛି। ଭାଲୁଟି ଜଙ୍ଗଲରେ କିପରି ରହିବ ସେନେଇ ବନ ବିଭାଗ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।




