IDF ଆକ୍ରମଣରେ ଇରାନର ଗୁଇନ୍ଦା ମନ୍ତ୍ରୀଙ୍କ ମୃତ୍ୟୁ, ଇସ୍ରାଏଲ-ଆମେରିକାକୁ ଦେଖାଉଥିଲେ ନାଲିଆଖି

idf-ଆକ୍ରମଣରେ-ଇରାନର-ଗୁଇନ୍ଦା-ମନ୍ତ୍ରୀଙ୍କ-ମୃତ୍ୟୁ,-ଇସ୍ରାଏଲ-ଆମେରିକାକୁ-ଦେଖାଉଥିଲେ-ନାଲିଆଖି

ନୂଆଦିଲ୍ଲୀ: ଇରାନକୁ ଲାଗିଲା ଆଉ ଏକ ବଡ଼ ଝଟକା । ଇସ୍ରାଏଲର ଆକ୍ରମଣରେ ଦେଶର ଇଣ୍ଟେଲିଜେନ୍ସ ମିନିଷ୍ଟର ମନ୍ତ୍ରୀ ଇସମାଇଲ ଖାତିବଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଇସ୍ରାଏଲ ଇରାନର ଶୀର୍ଷ ସୁରକ୍ଷା ମୁଖ୍ୟ ଅଲି ଲାରିଜାନି ଏବଂ ରିଭୋଲ୍ୟୁସନରୀ ଗାର୍ଡର ବାସିଜ ଫୋର୍ସର ମୁଖ୍ୟ ଜେନେରାଲ ଘୋଲାମ ରେଜା ସୋଲେମାନିଙ୍କ ଜୀବନ ନେଇଥିଲା । ତେବେ ଇସମାଇଲ ଖାତିବ କିଏ ? ସେ କିଭଳି ଆମେରିକା ଏବଂ ଇସ୍ରାଏଲ ପାଇଁ ସାଜିଥିଲେ କଣ୍ଟା ?

ଆମେରିକା-ଇସ୍ରାଏଲକୁ ଚେକ୍ ଦେଉଥିଲେ

ଇସମାଇଲ ଖାତିବଙ୍କୁ କେବଳ ଜଣେ ଗୁପ୍ତଚର ଅଧିକାରୀ ନୁହେଁ ବରଂ ବିଶ୍ୱ ସ୍ତରରେ ଜଣେ ପ୍ରଖ୍ୟାତ ରଣନୀତିଜ୍ଞ ଭାବରେ ବିବେଚନା କରାଯାଉଥିଲା। ଆମେରିକା ତାଙ୍କ ଉପରେ ୨୦୨୨ ମସିହାରେ କଠୋର କଟକଣା ଲଗାଇଥିଲା। ଆମେରିକାର ଅର୍ଥ ବିଭାଗ କହିଛି ଯେ, ଖାତିବ ସାଇବର ନେଟୱାର୍କ ପରିଚାଳନା କରୁଥିଲେ । ଯାହା ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ବିରୁଦ୍ଧରେ ଗୁପ୍ତଚର ଏବଂ ରାନସମୱେୟାର ଆକ୍ରମଣରେ ଜଡିତ ଥିଲା।

ଇରାନରେ ‘ଦମନର ମାଷ୍ଟରମାଇଣ୍ଡ’

ଆଲବାନିଆର ସରକାରୀ ୱେବସାଇଟ୍ ହ୍ୟାକ୍ କରିବା, ଗୋପନୀୟ ଡକ୍ୟୁମେଣ୍ଟ ଲିକ୍ କରିବା ଏବଂ ଏହାର ନାଗରିକଙ୍କ ବ୍ୟକ୍ତିଗତ ସୂଚନା ପ୍ରଘଟ କରିବା ଭଳି ସଙ୍ଗୀନ ଅଭିଯୋଗ ଥିଲା ଖାତିବଙ୍କ ନାଁରେ । ଏପରିକି ଖାତିବଙ୍କ ମନ୍ତ୍ରଣାଳୟ ଇରାନ ମଧ୍ୟରେ ମାନବାଧିକାର କର୍ମୀ, ସାମ୍ବାଦିକ ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ଦମନ ଲୀଳା ଚଳାଇଥିଲା।

Also Read: ଜାଣନ୍ତୁ ସଈଦ ଜଲୀଲୀ କିଏ? ଲାରିଜାନୀଙ୍କ ପରେ ସମ୍ଭାଳିଲେ ଇରାନର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ କମାଣ୍ଡ

🔴ELIMINATED: Esmaeil Khatib, the Iranian terrorist regime Minister of Intelligence, in a targeted strike in Tehran.

Khatib played a significant role during the recent protests throughout Iran, including the arrest & killing of protestors and led terrorist activities against… pic.twitter.com/654lpYCZ1c

— Israel Defense Forces (@IDF) March 18, 2026

ଇସ୍ରାଏଲର ପରମାଣୁ ଗୁପ୍ତ ତଥ୍ୟ ଚୋରି !

ଇସ୍ରାଏଲ ପାଖରୁ ପରାମଣୁ ତଥ୍ୟ ଚୋରି କରିଲେ ବୋଳି ଦାବି କରିଥିଲେ ଖାତିବ । ଇସ୍ରାଏଲ ପାଖରୁ ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ଅନେକ ସମ୍ବେଦନଶୀଳ କାଗଜପତ୍ର ଚୋରି କରିଛି ବୋଲି ଇରାନ୍ ଦାବି କରିଥିଲା । କିନ୍ତୁ ଇସ୍ରାଏଲ ଏହି ଦାବିକୁ ଖଣ୍ଡନ କରିଥିଲା । ଖାତିବ ଦାବି କରିଥିଲେ ଯେ, ଏହି କାଗଜପତ୍ରଗୁଡ଼ିକ ଇସ୍ରାଏଲର ସୋରେକ୍ ପରମାଣୁ ଗବେଷଣା କେନ୍ଦ୍ରର। ରାଜଧାନୀ ତେଲ ଅଭିଭରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି କେନ୍ଦ୍ର ଇସ୍ରାଏଲର ପରମାଣୁ ବିଜ୍ଞାନ ପାଇଁ କେନ୍ଦ୍ରୀୟ ପ୍ରୟୋଗଶାଳା ।

Scroll to Top