India’s energy crisis: ଭାରତରେ ଇନ୍ଧନ ସମସ୍ୟା ନାହିଁ, ଘରୋଇ ଏଲପିଜି ଉତ୍ପାଦନ ଦ୍ରୁତ ଗତିରେ ବଢୁଛି: ନିର୍ମଳା ସୀତାରମଣ

india’s-energy-crisis:-ଭାରତରେ-ଇନ୍ଧନ-ସମସ୍ୟା-ନାହିଁ,-ଘରୋଇ-ଏଲପିଜି-ଉତ୍ପାଦନ-ଦ୍ରୁତ-ଗତିରେ-ବଢୁଛି:-ନିର୍ମଳା-ସୀତାରମଣ

India’s energy crisis: ଚାହିଦା ପୂରଣ ଏବଂ ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସରକାର ଘରୋଇ ଏଲପିଜି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛନ୍ତି।  ଘରୋଇ ଏଲପିଜି ଉତ୍ପାଦନ ଅତି କମରେ ୨୫ପ୍ରତିଶତ ବୃଦ୍ଧି ପାଉଛି

Published By: abinash – Prameya-News7 Bureau | March 17, 2026 10:33 PM

NEWS7

India's energy crisis
photo credit-business-standar

ନୂଆଦିଲ୍ଲୀପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁ ଭାରତରେ ରନ୍ଧନ ଗ୍ୟାସ ସଂକଟ ଦେଖା ଦେଇଛି। ଆଉ ଏଭଳି ସ୍ଥିତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ବାଣୀ ଶୁଣାଇଛନ୍ତି। ଚାହିଦା ପୂରଣ ଏବଂ ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସରକାର ଘରୋଇ ଏଲପିଜି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତ ସରକାର ପରିସ୍ଥିତି ମନ୍ୟାନେଜ୍ କରିପାରୁଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆର୍ଥିକ ବର୍ଷ ୨୦୨୭ ପାଇଁ ଦ୍ୱିତୀୟ ଅନୁଦାନ ଦାବି ଉପରେ ହୋଇଥିବା ଏକ ଆଲୋଚନାର ଉତ୍ତର ଦେଇ ମଙ୍ଗଳବାର ସୀତାରମଣ ଏହା କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଆମେ ଅସ୍ଥିର ସମୟରେ ମଧ୍ୟ ଏଲପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ କରୁଛୁ। ଘରୋଇ ଏଲପିଜି ଉତ୍ପାଦନ ଅତି କମରେ ୨୫ପ୍ରତିଶତ ବୃଦ୍ଧି ପାଉଛି,ଏବଂ କିଭଳି ଯୋଗାଣରେ କୌଣସି ବାଧା ସୃଷ୍ଟି ନହେବ ସେ ନେଇ ସରକାର କାମ କରୁଛନ୍ତି। ନଭେମ୍ବର ସୁଦ୍ଧା ଗୋଟିଏ ବର୍ଷରେ ମୋଟ ୪୪.୫୧ଗିଗାୱାଟ ନବୀକରଣୀୟ ଶକ୍ତି କ୍ଷମତା ଯୋଡାଯାଇଛି।ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ରେକର୍ଡ ହୋଇଥିବା ସଂଖ୍ୟା ତୁଳନାରେ ପ୍ରାୟ ଦୁଇଗୁଣ।

also read- India’s LPG consumption; ଯୁଦ୍ଧ ଯୋଗୁ କମିଲା ଏଲ୍ପିଜି ରନ୍ଧନ ଗ୍ୟାସ୍ ଖର୍ଚ୍ଚ; ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ ଖର୍ଚ୍ଚ ୧୭.୭% ହ୍ରାସ

ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାଘାତ ସୃଷ୍ଟି ହୋଇଥିବା ସତ୍ତ୍ୱେ ଭାରତ ଏକ ସ୍ଥିର ଅର୍ଥନୈତିକ ସ୍ଥିତିରେ ରହିଛି ବୋଲି ନିର୍ମଳା କହିଛନ୍ତି। ସେ କହିଛନ୍ତିଭାରତର ଅର୍ଥନୀତି ଏକ ଶକ୍ତିଶାଳୀ ସ୍ଥିତିରେ ଠିଆ ହୋଇଛି। ଆମେ ଜିନିଷଗୁଡ଼ିକୁ ଭଲ ଭାବରେ ପରିଚାଳନା କରିପାରିଛୁ। ଆମେ କୋଭିଡ୍,ରୁଷ-ୟୁକ୍ରେନ ଯୁଦ୍ଧରୁ ଯୋଗାଣ ବାଧା ଏବଂ ଅନ୍ୟାନ୍ୟ ଅନେକ ଆଘାତର ସମ୍ମୁଖୀନ ହୋଇଛୁ,ତଥାପି ଆମେ ଆମର ଅର୍ଥନୀତିରେ ସନ୍ତୁଳନ ବଜାୟ ରଖିଛୁ।

କେବଳ ଇନ୍ଧନ କଥା ନୁହେଁ ଆଗାମୀ କୃଷି କାର୍ଯ୍ୟ ପାଇଁ ମଧ୍ୟ ସାର ଉପଲବ୍ଧତା ପର୍ଯ୍ୟାପ୍ତ ରହିଛି ବୋଲି କହିଛନ୍ତି ନିର୍ମଳା। ସେ କହିଛନ୍ତି “ଭାରତରେ ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ସାର ଅଛି;ଆମେ ପରବର୍ତ୍ତୀ ରବି ଋତୁ ପାଇଁ ସାର ସଂଗ୍ରହ କରିବାକୁ ବିଶ୍ୱସ୍ତରୀୟ ବିଡିଂ ଆରମ୍ଭ କରିବୁ।

also read- LPG shortage: ମିଳୁନି ରନ୍ଧନ ଗ୍ୟାସ, କାମ ଛାଡ଼ି ଗାଁ ମୁହାଁ ଶ୍ରମିକ, ଅଚଳ ହୋଇଯିବକି ଅଟୋ ଇଣ୍ଡଷ୍ଟ୍ରୀ?

Scroll to Top