ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ ଚରମ ଅବହେଳା ଗ୍ରହଣୀୟ ନୁହେଁ

ଆହତଙ୍କୁ-ଭେଟିଲେ-ପିସିସି-ସଭାପତି,-କହିଲେ-ଚରମ-ଅବହେଳା-ଗ୍ରହଣୀୟ-ନୁହେଁ

ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ ଚରମ ଅବହେଳା ଗ୍ରହଣୀୟ ନୁହେଁ

ପ୍ରଶାସନିକ ଅବହେଳା କୁ ଦାୟୀ କରିଛନ୍ତି । ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି । ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟୀ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

Published By: Prativa – Prameya-News7 Bureau | March 17, 2026 03:04 PM

NEWS7

bhakta das on scb

କଟକ ୧୭/୦୩: ଏସ୍ସିବି ଅଗ୍ନିକାଣ୍ଡ ଘଟଣାର ଆହତଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରନ୍ତୁ ସରକାର । ପ୍ରଶାସନିକ ଅବହେଳା କୁ ଦାୟୀ କରିଛନ୍ତି । ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି । ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ଏହାସହ ଏସସିବିର ଅଧିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଭକ୍ତ । ଏହା ସହ ଯେଉଁ ମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ୩୬ ଘଣ୍ଟା ପରେ ବି ଆକ୍ସନ କାହିଁକି ହୋଇ ନାହିଁ। ଯଦି ଏସ୍ସିବିରେ ଏହିଭଳି ଘଟଣା ଘଟିବା ଲୋକେ କେଉଁଠି ଭରସା କରିବେ। ମେଣ୍ଟେନାନ୍ସ ଅଭାବ ଓ ଫାୟାର୍ ସେଫ୍ଟି କୁ ଦାୟୀ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ।

also read…

​​​​​​​Health minister on scb: ଏସସିବି ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି

Scroll to Top