ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ
କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ନୂଆ ଡେଡ୍ଲାଇନ୍ । କାଲି ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ସଭ୍ୟପଦ ରଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି । ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି ।
Published By: Ruby – Prameya-News7 Bureau | March 15, 2026 07:41 PM
NEWS7
ଭୁବନେଶ୍ବର ୧୫।୩: ରାଜ୍ୟସଭା ନିର୍ବାଚନ ଆସନ୍ତାକାଲି ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା । ଏପରିକି ଏହି ମିଶନରେ ଥିବା ଦୁଇ ଜଣଙ୍କୁ କଂଗ୍ରେସ ଅଟକ ରଖିଥିବା ଅଭିଯୋଗ କରିଛି । ସେପଟେ ଦାଶରଥୀ ଗମାଙ୍ଗ ଧରା ଛୁଆଁ ଦେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ । କିନ୍ତୁ ସେ ହାଜର ନହେବାରୁ ତାଙ୍କୁ ନୂଆ ଡେଡ୍ଲାଇନ୍ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି କରାଯାଇଛି । ରବିବାର ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି ।
ଏ ଖବର ବି ପଢ଼ନ୍ତୁ:-ପୁରୀରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ରଥଯାତ୍ରା ପୂର୍ବ ପ୍ରସ୍ତୁତିର କଲେ ସମୀକ୍ଷା
ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ’ କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।




