ପ୍ରଳୟଙ୍କାରୀ ବନ୍ୟା ଧ୍ଵସ୍ତ ପାକିସ୍ତାନ; ୩୦୦ରୁ ଅଧିକ ମୃତ, ଉଦ୍ଧାରକାର୍ଯ୍ୟରେ ବାଧାପ୍ରାପ୍ତ

ପ୍ରଳୟଙ୍କାରୀ-ବନ୍ୟା-ଧ୍ଵସ୍ତ-ପାକିସ୍ତାନ;-୩୦୦ରୁ-ଅଧିକ-ମୃତ,-ଉଦ୍ଧାରକାର୍ଯ୍ୟରେ-ବାଧାପ୍ରାପ୍ତ

ନୂଆଦିଲ୍ଲୀ ୧୭।୦୮; ପାକିସ୍ତାନରେ ବନ୍ୟାର ବୀଭିଷିକା । ଏଥିରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଲଗାତର ମୂଷଳ ଧାରାର ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପୂର୍ବ ପାକିସ୍ତାନ ବିଶେଷକରି ଖାଇବର ପଖତୁନୱା ବେଶି ପ୍ରଭାବିତ ହୋଇଛି । ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ଭୟଙ୍କର ରହିଛି । ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି । 

ସେଠାକାର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ଅନେକ ଘର ମଧ୍ୟ ବନ୍ୟା ଯୋଗୁଁ ନଷ୍ଟ ହୋଇଛି। ୩ଟି ସ୍କୁଲ ମଧ୍ୟ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ୩ ଶହ ସ୍କୁଲ ପିଲା ସମେତ ପ୍ରାୟ ୨ ହଜାର ଲୋକଙ୍କୁ ଉଦ୍ଧାର କରିଛନ୍ତି ରେସ୍କୁ ଟିମ୍‌ ।   ଖାଇବର ପଖତୁନୱାରେ ଅଗଷ୍ଟ ୨୧ ଯାଏଁ ବର୍ଷା ଲାଗିରହିବ ବୋଲି ସେଠାକାର ପାଣିପାଗ ସଂସ୍ଥା ଚେତାଇ ଦେଇଛି  । ଫଳରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । 

ଶୁକ୍ରବାର ଦିନ ପିଡିଏମଏର ଜଣେ ମୁଖପାତ୍ର କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ନିଖୋଜ ଥିବାରୁ ମୃତକ କିମ୍ବା ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଜୁନ୍ ଶେଷ ଭାଗରେ ମୌସୁମୀ ଋତୁ ଆରମ୍ଭ ହେବା ପରଠାରୁ, ଦେଶରେ ଅନେକ ସ୍ଥାନରେ ମୁଷଳଧାରାରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବନ୍ୟା, ଭୂସ୍ଖଳନ ଏବଂ ବିସ୍ଥାପନ ସମସ୍ୟାକୁ ବୃଦ୍ଧି କରିଛି, ବିଶେଷକରି ଖାଇବର ପଖତୁନଖ୍ୱା ଏବଂ ଉତ୍ତର ଅଞ୍ଚଳରେ।

Scroll to Top