Rajyasabha Race : ବର୍ଷିଲେ କଟକ ବାରବାଟୀ ବିଧାୟିକା, କହିଲେ ବିଜେଡିକୁ ସମର୍ଥନ ନିଷ୍ପତ୍ତି ଭୁଲ୍

rajyasabha-race-:-ବର୍ଷିଲେ-କଟକ-ବାରବାଟୀ-ବିଧାୟିକା,-କହିଲେ-ବିଜେଡିକୁ-ସମର୍ଥନ-ନିଷ୍ପତ୍ତି-ଭୁଲ୍

ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନି । ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା । ନୂଆପଡ଼ା ଉପନିର୍ବାଚନକୁ ମୋତ ଡକାଯାଇ ନ ଥିଲା ।

Published By: Prativa – Prameya-News7 Bureau | March 14, 2026 02:20 PM

NEWS7

sofia firdosh

କଟକ ୧୪/୦୩: ରାଜ୍ୟସଭା ନିର୍ବାଚନକୁ ନେଇ ବର୍ଷିଲେ କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖୋଲା ଅସନ୍ତୋଷ ଝାଡ଼ିଛନ୍ତି ବିଧାୟିକା ସୋଫିଆ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କଲେ ବିଧାୟକ । କହିଛନ୍ତି ‘ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇନି’ । ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ।

ନୂଆପଡ଼ା ଉପନିର୍ବାଚନକୁ ମୋତ ଡକାଯାଇ ନ ଥିଲା । ‘ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି’ । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କଲେ । ଵିଜେଡ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ନେଇ ମଧ୍ୟ ଆମ ସହିତ ଆଲୋଚନା ହୋଇନାହିଁ । ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲାକଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ କିଛି ସ୍ପଷ୍ଟ କଲେନି ସୋଫିଆ ।

also read…

ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର, ଜବାବ ରଖିଲେ ଜୟନାରାୟଣ ମିଶ୍ର

Scroll to Top