Watch Video: ଇରାନ୍‌ ରାଷ୍ଟ୍ରଦୂତଙ୍କ ବଡ଼ ମନ୍ତବ୍ୟ, ହର୍ମୁଜ ଦେଇ ସୁରକ୍ଷିତ ଫେରିବେ ଭାରତୀୟ ଜାହାଜ

watch-video:-ଇରାନ୍‌-ରାଷ୍ଟ୍ରଦୂତଙ୍କ-ବଡ଼-ମନ୍ତବ୍ୟ,-ହର୍ମୁଜ-ଦେଇ-ସୁରକ୍ଷିତ-ଫେରିବେ-ଭାରତୀୟ-ଜାହାଜ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଉପରେ ସାରା ବିଶ୍ବର ନଜର ରହିଛି । ଇରାନ ନିୟନ୍ତ୍ରଣରେ ଥିବା ଏହି ଅଣଓସାରିଆ ଜଳ ପଥ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି । ବିଶ୍ବକୁ ୨୦ ପ୍ରତିଶତ ଶକ୍ତି ପରିବହନର ମାର୍ଗ ହର୍ମୁଜ ପ୍ରଣାଳୀ । କିନ୍ତୁ ଏବେ ଏହି ମାର୍ଗ ପ୍ରାୟ ବନ୍ଦ । ଏହା ଦ୍ବାରା ଭାରତ ମଧ୍ୟ ପ୍ରଭାବିତ ହୋଇଛି । ଯଦିଓ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି, କିନ୍ତୁ ଏବେ ବି ଅନିଶ୍ଚିତତା ଲାଗି ରହିଛି । ଏହାରି ମଧ୍ୟରେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଭାରତୀୟଙ୍କୁ ଆଶ୍ବସ୍ତି ଦେଇଛନ୍ତି ।

ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଶୁକ୍ରବାର ସନ୍ଧ୍ୟାରେ ଏକ ବିବୃତ୍ତି ଜାରି କରିଛନ୍ତି। ଏହା ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ପ୍ରଦାନ କରିବ। ଫଥାଲି କହିଛନ୍ତି, ୨-୩ ଘଣ୍ଟା ଅପେକ୍ଷା କରନ୍ତୁ, ଦେଖିବେ । ଭାରତ ଉପରେ ମୋର ଭରସା ରହିଛି । ଇରାନ୍‌ ଏବଂ ଭାରତର ସ୍ବାର୍ଥ ଗୋଟିଏ । ଯୁଦ୍ଧ ପରେ ଭାରତ ଇରାନକୁ ସହାୟତା କରିବା ଉଚିତ ।

#WATCH | Delhi: On giving safe passage to India, Iran’s Ambassador to India, Mohammad Fathali, says, “… Yes, because India is our friend. You will see it within two or three hours. We believe that Iran and India share common interests in the region…” pic.twitter.com/twTsE1Bjhv

— ANI (@ANI) March 13, 2026

ଭାରତ-ଇରାନ ସମ୍ପର୍କକୁ ନେଇ ମହମ୍ମଦ ଫଥାଲି କହିଛନ୍ତି, ‘ଭାରତ ସରକାରଙ୍କ ସହିତ ଆମର ଭଲ ସମ୍ପର୍କ ଅଛି। ଗତକାଲି ସମସ୍ତ ଶୀର୍ଷ ଅଧିକାରୀ ଏହା ଉପରେ ଆଲୋଚନା କରିଥିଲେ। ମୁଁ ବିଶ୍ୱାସ କରୁଛି, ଆମେ ବିଭିନ୍ନ କ୍ଷେତ୍ରରେ ସମସ୍ତ ପ୍ରତିବନ୍ଧକ ଦୂର କରିବା ପାଇଁ ପ୍ରାର୍ଥନା କରିବା ଉଚିତ। ଆମେ ସମସ୍ୟାର ସମାଧାନ ପାଇଁ ସର୍ବୋତ୍ତମ ପ୍ରୟାସ କରିଛୁ । ନିକଟ ଭବିଷ୍ୟତରେ ଆପଣ ଏହି ସମ୍ପର୍କରେ ଭଲ ଖବର ପାଇବେ।’

Scroll to Top