ରାଜ୍ୟସଭା ନିର୍ବାଚନ ପାଇଁ ହ୍ବିପ୍ ଜାରି କଲା ବିଜେପି, ନିର୍ବାଚନ ଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ଓଡ଼ିଶା ରାଜନୀତି ଇତିହାସରେ ନୂଆ ଅଧ୍ୟାୟ । ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ରିସର୍ଟ ପଲଟିକ୍ସ। ଘାରିଛି ଘୋଡ଼ା ବେପାର ଭୟ । କ୍ରସ୍ ଭୋଟିଂ ଡରରେ ନିଜ ବିଧାୟକଙ୍କୁ ଏକାଠି ରଖିବାକୁ ସବୁ ଦଳ ପ୍ଲାନ୍ ପ୍ରସୁତ କରିଛନ୍ତି ।
Published By: Ruby – Prameya-News7 Bureau | March 13, 2026 06:53 PM
NEWS7
ଭୁବନେଶ୍ବର ୧୩।୩: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଡର । ନିର୍ବାଚନ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ବିରୋଧୀଙ୍କୁ ଘାରିଛି ଘୋଡ଼ା ବେପାର ଭୟ । କଂଗ୍ରେସ ବିଧାୟକଙ୍କୁ ଧରି ପିସିସି ସଭାପତି ବେଙ୍ଗାଲୁରୁ ହୋଟେଲକୁ ଯାଇଥିବା ବେଳେ ଏପଟେ ବିଜେଡି ବିଧାୟକଙ୍କ ସହ ଟଚ୍ରେ ନବୀନ । ସେପଟେ ବିଜେପି ପାଇଁ କ୍ରସ୍ ଭୋଟିଂ ଡର ନଥିଲେ ମଧ୍ୟ ଦଳର ସମସ୍ତ ବିଧାୟକଙ୍କୁ ପାରାଦୀପର ଏକ ତାରକା ହୋଟେଲକୁ ନେବାକୁ ନିଷ୍ପତ୍ତି ନେଇଛି ବିଜେପି । ଏହାରି ଭିତରେ ବିଜେପି ଜାରି କରିଛି ହ୍ବିପ୍ । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ହ୍ବିପ୍ ଜାରି କରିଛନ୍ତି । ଆସନ୍ତା ୧୬ ତାରିଖ ଅର୍ଥାତ ରାଜ୍ୟସଭା ନିର୍ବାଚନ ଦିନ ସମସ୍ତ ବିଜେପି ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।




