ସଭାପତିଙ୍କ ନିର୍ଦ୍ଦେଶ ଫୁ’ କରି ବୁଲୁଛନ୍ତି ବିଧାୟକ, କେମିତି ଚାଲିଛି କଂଗ୍ରେସ, ଜବାବ ରଖିଲେ ବିଜେପି ବିଧାୟକ

ସଭାପତିଙ୍କ-ନିର୍ଦ୍ଦେଶ-ଫୁ’-କରି-ବୁଲୁଛନ୍ତି-ବିଧାୟକ,-କେମିତି-ଚାଲିଛି-କଂଗ୍ରେସ,-ଜବାବ-ରଖିଲେ-ବିଜେପି-ବିଧାୟକ

ସଭାପତିଙ୍କ ନିର୍ଦ୍ଦେଶ ଫୁ’ କରି ବୁଲୁଛନ୍ତି ବିଧାୟକ, କେମିତି ଚାଲିଛି କଂଗ୍ରେସ, ଜବାବ ରଖିଲେ ବିଜେପି ବିଧାୟକ

କଂଗ୍ରେସରେ ସବୁ ଗଡବଡ । ହାତ ଉପରେ ବର୍ଷିଲେ ବିଜେପି ବିଧାୟକ । ହ୍ୱିପ୍ ଜାରି ପରେ ବି କର୍ମକର୍ତ୍ତା ସଭାପତିଙ୍କ କଥାକୁ ମାନୁନାହାଁନ୍ତି ।

Published By: Prativa – Prameya-News7 Bureau | March 13, 2026 01:25 PM

NEWS7

babu sing

ଭୁବନେଶ୍ୱର ୧୩/୦୩: କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ । ରାଜ୍ୟସଭାରେ କଂଗ୍ରେସ ଦଳର କୌଣସି ପ୍ରାର୍ଥୀ ନାହାନ୍ତି । ଜଣେ ସ୍ଵାଧୀନ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରୁଛନ୍ତି । କଂଗ୍ରେସ ଦଳରୁ ତିନି ଧାଡ଼ିଆ ହୁଇପ ମଧ୍ୟ ଜାରି କରାଯାଇଛି । ତଥାପି ଯଦି ତାଙ୍କ ବିଧାୟକ ମାନେ ସଭାପତିଙ୍କ କଥାକୁ ମାନୁ ନାହାନ୍ତି ବା କଣ୍ଟ୍ରୋଲ ନାହିଁ । ତାହେଲେ ତାଙ୍କ ଦଳର ବ୍ୟବସ୍ଥା କେମିତି ଚାଲିଛି ସେଥିରୁ ସ୍ପଷ୍ଟ ।

ଯଦି ସଭାପତିଙ୍କ ଭରସା ନାହିଁ ଯେ, ବିଧାୟକ ମାନଙ୍କୁ କେହି ନେଇଯିବେ, ଏ କଥା ଯଦି ଭାବୁଛନ୍ତି । ତାହେଲେ ସେ ଦଳର ବିଧାୟକ ମାନଙ୍କ ଉପରେ କୌଣସି କଣ୍ଟ୍ରୋଲ ନାହିଁ । ଯେଉଁମାନେ ଭାବୁଛନ୍ତି କେହି ବିଧାୟକ ମାନଙ୍କ ଉପରେ ପ୍ରେସର୍ ପକାଇଦେବେ । ବିଧାୟକ ମାନଙ୍କୁ ଛାଡ଼ି ଦିଅନ୍ତୁ, ଯିଏ ଯାହାର ନିଷ୍ପତି ନେବେ । ସେମାନେ ଦୁଇ ଅଢେଇ ଲକ୍ଷ ଲୋକଙ୍କ ନେତୃତ୍ଵ ନେଉଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା କରୁଛନ୍ତି । ତେଣୁ ବିଧାୟକ ମାନଙ୍କ ସ୍ୱାଧୀନ ମତକୁ କ୍ଷୁର୍ଣ୍ଣ କରନ୍ତୁ ନାହିଁ ।

also read…

Congress MLAs break whip: ୧୩ ରୁ ୧୬ ଛାଡିନଥାନ୍ତେ ଭୁବନେଶ୍ୱର, କିନ୍ତୁ ପହଞ୍ଚିଗଲେ ରିସର୍ଟରେ

​​​​​​​

Scroll to Top