IAS ସ୍ତରରେ ଅଦଳବଦଳ, ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ias-ସ୍ତରରେ-ଅଦଳବଦଳ,-ମନୀଷ-ଅଗ୍ରଓ୍ୱାଲଙ୍କୁ-ମିଳିଲା-ଅତିରିକ୍ତ-ଦାୟିତ୍ୱ

Published By: Kirti – Prameya-News7 Bureau | March 12, 2026 02:47 PM

NEWS7

ias

ଭୁବନେଶ୍ୱର ୧୨।୦୩ : IAS ସ୍ତରରେ ଅଦଳବଦଳ । ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଯେଉଁଥିରେ ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

​​​​​​​

ସେହିପରି ବରିଷ୍ଠ ଆଇଏଏସ୍‌ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ । ମଧୁସ୍ମିତା ସାହୁଙ୍କୁ  ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଲିଲି କୁମାରୀ ସାହୁ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ  ହସ୍ତତନ୍ତ ଓ ବୟନଶିଳ୍ପର ନିର୍ଦ୍ଦେଶକ ହୋଇଛନ୍ତି  ସୋମେଶ ଉପାଧ୍ୟାୟ । ମାଲକାନଗିରି ଜିଲ୍ଲାପାଳ ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ନିଯୁକ୍ତ କରାଯାଇଛି ।

Scroll to Top