ନୂଆଦିଲ୍ଲୀ, ୧୨/୦୩: ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛନ୍ତି। ବଡ଼ ବିଜୟ ପରେ, ଭାରତୀୟ ଖେଳାଳିମାନେ ମୈଦାନରେ ସେଲିବ୍ରେସନ କରିଥିଲେ। ମ୍ୟାଚ୍ ପରେ, ଅନେକ ଭାରତୀୟ ଖେଳାଳିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ପଡ଼ିଆରେ ପହଞ୍ଚି ଏହି ବିଶେଷ ମୁହୂର୍ତ୍ତକୁ ଏକାଠି ପାଳନ କରିଥିଲେ। ବିଜୟର ଖୁସି ଖେଳାଳିମାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା, ଏବଂ ସେମାନେ ସେମାନଙ୍କ ପରିବାର ସହିତ ଏହି ଖୁସିର ସମୟ ବିତାଉଥିବାର ଦେଖାଯାଇଥିଲା।
ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହିତ ଦେଖାଯାଇଥିଲେ। ହାର୍ଦ୍ଦିକ ସବୁବେଳ ପରି ଷ୍ଟାଇଲିସ୍ ଦେଖାଯାଉଥିଲେ ଏବଂ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହାକୁ ନେଇ ଫସିଯାଇଛନ୍ତି ପାଣ୍ଡ୍ୟା। ଥାନାକୁ ଗଲାଣି କଥା। ତାଙ୍କ ବିରୁଦ୍ଧରେ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ପଡିଆରେ ଏମିତି କଣ କଲେ ଯେ ମାମଲା ରୁଜୁ କରିବା ପାଇଁ ପୋଲିସ ଉପରେ ଚାପ ପଡ଼ିଛି।
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପୁଣେର ଓକିଲ ୱାଜିଦ ଖାନ ପୋଲିସକୁ ଦେଇଥିବା ଆବେଦନରେ ଅଭିଯୋଗ କରିଛନ୍ତି ଯେ ପାଣ୍ଡ୍ୟା ତାଙ୍କ ଶରୀରରେ ଭାରତୀୟ ପତାକା ଗୁଡ଼ାଇଥିଲେ। ଅହମ୍ମଦାବାଦରେ ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ପଡ଼ିଆରେ ଉତ୍ସବ ପାଳନ ସମୟରେ ଆପତ୍ତିଜନକ ଆଚରଣ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଏହି କାର୍ଯ୍ୟ ଜାତୀୟ ପତାକାର ମର୍ଯ୍ୟାଦା ବିରୁଦ୍ଧରେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ଏନେଇ ସେ ପୁଣେର ଶିବାଜୀନଗର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଓକିଲ ୱାଜିଦ ଖାନ ଆବେଦନ ଦାଖଲ କରିଛନ୍ତି, ଯଦିଓ ମାମଲାର ବିବରଣୀ ଏପର୍ଯ୍ୟନ୍ତ ସେୟାର କରାଯାଇ ନାହିଁ।
ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ଜାତୀୟ ପତାକାକୁ ସମ୍ମାନ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଏବଂ ଯଦି ଏହାକୁ ଅନୁପଯୁକ୍ତ ଭାବରେ ବ୍ୟବହାର କରାଯାଏ, ତେବେ ପ୍ରାସଙ୍ଗିକ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
୨୦୨୬ ମସିହାରେ ଅହମ୍ମଦାବାଦରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ଜିତିବା ପରେ ବିବାଦ ଉପୁଜିଥିଲା। ବିଜୟ ପରେ, ଖେଳାଳିମାନେ ପଡ଼ିଆରେ ସେମାନଙ୍କ ପରିବାର ଏବଂ ସାଥୀ ଖେଳାଳିଙ୍କ ସହିତ ଉତ୍ସବ ପାଳନ କରିଥିଲେ ଏବଂ ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହାର୍ଦ୍ଦିକଙ୍କୁ ମଧ୍ୟ ତ୍ରିରଙ୍ଗା ପିନ୍ଧି ତାଙ୍କ ପ୍ରେମିକାଙ୍କ ସହିତ ଉତ୍ସବ ପାଳନ କରିବାର ଦେଖାଯାଇଥିଲା।
ଅନ୍ୟପକ୍ଷରେ, ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟ ପରେ କହିଥିଲେ ଯେ ତାଙ୍କର ଲଗାତାର ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଜିତିବା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତିଶ୍ରୁତି ପୂରଣ କରିବା ଭଳି ଥିଲା। ସେ କହିଛନ୍ତି ଯେ ୨୦୨୪ରେ ଟାଇଟଲ ଜିତିବା ପରେ, ସେ ନିଜକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଖେଳିଥିବା ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଜିତିବାକୁ ଚେଷ୍ଟା କରିବେ। ପାଣ୍ଡ୍ୟା ବିଜୟ ପରେ କହିଥିଲେ, “ମୁଁ ମୋ ଦେଶ ପାଇଁ ଭଲ କରିବା ଏବଂ ଟ୍ରଫି ଜିତିବା ପାଇଁ କ୍ରିକେଟ ଖେଳେ। ମୋର ଲକ୍ଷ୍ୟ ହେଉଛି ଭାରତ ପାଇଁ ଯଥାସମ୍ଭବ ଅଧିକ ଟ୍ରଫି ଜିତିବା।”
🚨 A complaint filed against Hardik Pandya in Shivaji Nagar police station by an advocate Wajid Khan.
As per him, Hardik Pandya was lying with Mahieka in ground and flag was kept in the back which was an insult of National Flag. pic.twitter.com/b6OWsVckKD
— A N U J (@Hello_anuj) March 12, 2026
also- ପାକିସ୍ତାନ ଟିମ୍ର ନବକଳେବର: ନୂଆ ଟିମ୍ ଉପରେ କୋଚ୍ଙ୍କ ଭରସା, ପୁରୁଣାଙ୍କୁ ମିଳିଲାନି ସ୍ଥାନ
ପାଣ୍ଡ୍ୟା ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ ଏବଂ ବଲ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ ନାମିବ୍ୟା ବିପକ୍ଷରେ ୨୮ ବଲ୍ରେ ୫୨ ରନ୍ ସମେତ ଦୁଇଟି ଅର୍ଦ୍ଧଶତକ କରିଥିଲେ। ସମଗ୍ର ଟୁର୍ଣ୍ଣାମେଣ୍ଟରେ ନଅଟି ୱିକେଟ ମଧ୍ୟ ନେଇଥିଲେ। 32 ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ 2026 ଟି20 ବିଶ୍ୱକପ୍ ପାଇଁ ICC ବର୍ଷର ଶ୍ରେଷ୍ଠ ଦଳରେ ମଧ୍ୟ ସାମିଲ କରାଯାଇଛି।




