ପୁଣି ଶ୍ରୀମନ୍ଦିର ନୀଳଚକ୍ରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ବାନା ବନ୍ଧା ଯାଉଥିବା ବେଳେ ବାନା ଛିଡ଼ି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି।
Published By: Deepak – Prameya-News7 Bureau | March 11, 2026 08:26 PM
NEWS7
ପୁରୀ: Srimandir ପୁଣି ଶ୍ରୀମନ୍ଦିର ନୀଳଚକ୍ରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ବାନା ବନ୍ଧା ଯାଉଥିବା ବେଳେ ବାନା ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଆଜି ଅପରାହ୍ନରେ ଶ୍ରୀମନ୍ଦିର ଉପରେ ଚଢ଼ି ଚୂନରା ସେବକ ବାନା ବାନ୍ଧୁଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଚୂନରା ସେବାୟତ ମାନେ ପୁନର୍ବାର ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ।
ଏହା ପୂର୍ବରୁ ନିକଟ ଦିନରେ ନୀଳଚକ୍ରରେ ଚିଲ ବସିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ନୀଳଚକ୍ରରେ ଚିଲ ବସିବାକୁ ଅଶୁଭ ବୋଲି କୁହାଯାଏ। ଏପରିକି କଣ ବଡ଼ ବିପତ୍ତି ଆସିବା ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଗତ ୧୦ ଦିନ ଭିତରେ ଶ୍ରୀମନ୍ଦିରର ନୀଳଚକ୍ରରେ ଦୁଇ ଥର ଚିଲ ବସିଥିଲା। ଏହାର ଦୃଶ୍ୟକୁ ବଡ଼ଦାଣ୍ଡରେ ଥିବା ଭକ୍ତମାନେ ନିଜର ମୋବାଇଲରେ କଏଦ କରିଥିଲେ।
Also read: ଭାରି ଆମିଷ ପ୍ରିୟ ଓଡ଼ିଶାବାସୀ, ମାଂସ, ଅଣ୍ଡାର ଆବଶ୍ୟକତା ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର




