ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବାବୁ !
କଣ୍ଟାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ !
ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ !
ଭୁବନେଶ୍ୱର ୧୧।୦୩ : ଭିଜିଲାନ୍ସ ପଞ୍ଝାରେ ତହସିଲଦାର । କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ବାସଭବନ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଚାଲିଛି ଚଢାଉ । ଏକାସାଙ୍ଗେ ୭ଟି ସ୍ଥାନରେ ଚଢାଉ କରୁଛି ପୋଲିସ । ଯେଉଁଥିରେ କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଆଦି ସ୍ଥାନ ରହିଛି ।
ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ହେଉଛି-
- ସହିଦ ନଗରରେ ଥିବା ଏକ କୋଠା
- ସହିଦ ନଗରରେ ଥିବା ନିର୍ମାଣଧୀନ କୋଠା
- ପୁରୀ ଜିଲ୍ଲୀ ଦୁଚିଆ ଅଞ୍ଚଳରେ ଥିବା ପୈତୃକ ଘର
- ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସଂପର୍କୀୟଙ୍କ ଘର
- କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ (ପ୍ରସନ୍ନଙ୍କ ଅଫିସ)
- କେନ୍ଦ୍ରାପଡ଼ା ବାଦଲପାଲଡିଆରେ ଥିବା ସଂପର୍କୀୟଙ୍କ ଘର
- କଣ୍ଟାପଡ଼ାରେ ଥିବା ସହକାରୀ ନିବାସ
ତେବେ ବର୍ତ୍ତମାନ ଯାଏଁ ଚଢାଉରେ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ତାହା ସଂପର୍କରେ କୌଣସି ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।
ଏ ଖବର ବି ପଢନ୍ତୁ:- ବିଡ଼ା..ବିଡ଼ା ନୋଟ୍….ଖଣି ବିଭାଗ ଉପ-ନିର୍ଦ୍ଦେଶକଙ୍କ ଘରୁ ଏତେ ଟଙ୍କା ଦେଖି ଭିଜିଲାନ୍ସ ଟେରା




