ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ର ଟାଇଟଲ୍ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ। ପ୍ରଥମ ଦଳ ଭାବେ ତୃତୀୟ ବିଶ୍ଵକପ୍ ଟ୍ରଫି ଜିତି ଇତିହାସ ରଚିଛି ଭାରତୀୟ ଦଳ। ଭାରତୀୟ ଦଳର ବିଜୟରେ ଶୁଭୋଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ୍ସରେ ଲେଖିଛନ୍ତି, ଆଇସିସି ଟି-୨୦ ବିଶ୍ଵକପ୍ ଜିତିବା ନେଇ ଭାରତୀୟ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଦମଦାର ବିଜୟ ଅସାଧାରଣ କୌଶଳ, ଦୃଢ ସଂକଳ୍ପ ଓ ଦଳଗତ କାର୍ଯ୍ୟର ପ୍ରତୀକ। ଦଳ ପୂରା ଟୁର୍ଣ୍ଣାମେଣ୍ଟରେ ଉତ୍କୃଷ୍ଟ ସାହାସ ପ୍ରଦର୍ଶନ କରିଛନ୍ତି। ଏହି ବିଜୟରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଗର୍ବ ଓ ଖୁସିରେ ଭରି ଯାଇଛି। ସାବାସ ଟିମ୍ ଇଣ୍ଡିଅ।
Champions!
Congratulations to the Indian team on winning the ICC Men’s T20 World Cup!
This remarkable triumph reflects exceptional skills, determination and teamwork. They have shown outstanding grit through the tournament.
This victory has filled every Indian heart with…
— Narendra Modi (@narendramodi) March 8, 2026
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ଵକପ୍ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଏକ୍ସରେ ଲେଖିଛନ୍ତି, ପୁଣି ଥରେ ବିଶ୍ଵ ଚାମ୍ପିଅନ। ଆମର ଭାରତୀୟ ଦଳ ପାଇଁ ଏକ ଦମଦାର ବିଜୟ, ଯେଉଁଥିରେ ସଞ୍ଜୁ ସାମସନ ଓ ଯଶପ୍ରୀତ ବୁମରାଙ୍କ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ପ୍ରଶଂନୀୟ। ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଟ୍ରଫି ଜିତିବାର ଅବିସ୍ମରଣୀୟ ମୁହୂର୍ତ୍ତ ପାଇଁ ଅଭିନନ୍ଦନ।
Champions once again! 🇮🇳
A magnificent victory for our Men in Blue with a special mention to Sanju Samson and Jaspreet Bumrah for their remarkable performance throughout the tournament.
Congratulations to Team India on retaining the trophy at home and giving the nation yet… pic.twitter.com/ZfcJsvqPvP
— Rahul Gandhi (@RahulGandhi) March 8, 2026
ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଡିଫେଣ୍ଡିଂ ଚାମ୍ପିଅନ ହେବାର ରେକର୍ଡ ବଜାୟ ରଖିଲା ଦଳ। ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ବିଶ୍ଵ ଚାମ୍ପିଅନ ହୋଇଛି। ଭାରତ ପ୍ରଥମ ଦଳ ଭାବେ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଜିତିଛି। ୨୦୨୪ ଟି-୨୦ ବିଶ୍ଵକପ ଜିତିବା ପରେ ଭାରତ ୨୦୨୬ ଟି-୨୦ ବିଶ୍ଵକପ୍ ଜିତି ମହାରେକର୍ଡର ଅଧିକାରୀ ହୋଇଛି। ଏହା ସହିତ ଘରୋଇ ମାଟିରେ ବିଶ୍ଵକପ୍ ଜିତିବାର ରେକର୍ଡ କରିଛି ସୂର୍ଯ୍ୟ ବାହିନୀ। ଅନ୍ୟପଟେ ପ୍ରଥମ ଥର ବିଶ୍ଵ ଚାମ୍ପିଅନ ହେବାର ନ୍ୟୁଜିଲାଣ୍ଡର ସ୍ଵପ୍ନ ଧୂଳିସାତ ହୋଇଛି।
ଏହା ପୂର୍ବରୁ କୌଣସି ଦଳ ଚାମ୍ପିଅନ ହେବା ପରେ କ୍ରମାଗତ ଟାଇଟଲ ବଜାୟ ରଖିବାର ରେକର୍ଡ କରି ନାହାନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି। ଯଶପ୍ରୀତ ବୁମରା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।




