ଅପୂର୍ବା ସେବା ସମ୍ମାନ: ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ଏବଂ ସାମାଜିକ କର୍ମୀ ଲିଲି ଜେନାମଣି ହେଲେ ସମ୍ମାନିତ

ଅପୂର୍ବା-ସେବା-ସମ୍ମାନ:-ଡାକ୍ତର-ଗିରିଜା-ନନ୍ଦିନୀ-କାନୁନଗୋ-ଏବଂ-ସାମାଜିକ-କର୍ମୀ-ଲିଲି-ଜେନାମଣି-ହେଲେ-ସମ୍ମାନିତ

ଅପୂର୍ବା ସେବା ସମ୍ମାନ: ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ଏବଂ ସାମାଜିକ କର୍ମୀ ଲିଲି ଜେନାମଣି ହେଲେ ସମ୍ମାନିତ

Published By: Chikun – Prameya-News7 Bureau | March 07, 2026 10:20 PM

NEWS7

Apurvaa Seva Award

ଭୁବନେଶ୍ବର: ଅପୂର୍ବା ସେବା ସମ୍ମାନରେ ସମ୍ମାନିତ ହେଲେ ସମ୍ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ଏବଂ ସାମାଜିକ କର୍ମୀ ଲିଲି ଜେନାମଣି । ଶନିବାର ଭୁବନେଶ୍ୱର କଳିଙ୍ଗନଗର ୮ ମହିଳା ସଂଗଠନକୁ ୧୧ ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ରକ୍ତଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋଙ୍କୁ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କ୍ୟାନ୍ସର ରୋଗ ବିଷୟରେ ସଚେତନତା କରୁଥିବା ପାଇଁ ଲିଲି ଜେନାମଣିଙ୍କୁ ଏହି ବିଶେଷ ପୁରସ୍କାର ପ୍ରଦାନ କରାଯାଇଛି।କେବଳ ମହିଳାମାନଙ୍କୁ ନେଇ ଆରମ୍ଭ ହୋଇଥିବା ଅପୂର୍ବା ବର୍ଷ ସାରା ୧୦୦ ପାଖାପାଖି ରକ୍ତଦାନ ଶିବିର ଆୟୋଜନ କରିଥାଏ। ସାଧାରଣ ଗୃହିଣୀ ଭାବେ ସମସ୍ତେ ସେବା ଭଳି ମହାନ କାର୍ଯ୍ୟକୁ ବାଛି ନେଇଛନ୍ତି ସମସ୍ତ ମହିଳା । ଏହି ମିଶନରେ କଲେଜ ଛାତ୍ରଛାତ୍ରୀଙ୍କୁ ସାମିଲ କରି ରକ୍ତ ସଂଗ୍ରହ କରାଯାଇଥାଏ। ଏହାଛଡ଼ା ବୃକ୍ଷ ରୋପଣ, ସଫେଇ ଅଭିଯାନ, ଧୂମ୍ରପାନ ନକରିବା ପାଇଁ ମହିଳାମାନେ ସଚେତନ କରିଥାନ୍ତି।

ସେହିଭଳି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତିନି ଜଣ ମହିଳା ସାମ୍ବାଦିକା ଙ୍କୁ ସମ୍ମାନିତ କରାଯାଇଥିଲା। ନ୍ୟୁଜ ସେଭେନର ସାମ୍ବାଦିକା ସ୍ୱର୍ଗତ ଶିଲା ପଟ୍ଟନାୟକଙ୍କୁ ଅପୂର୍ବା ସମ୍ମାନ ପ୍ରଦାନ କରାଯାଇଥିଲା। ଶିଲାଙ୍କ ମାଆ ଓ ତାଙ୍କ ପୁଅ ସମ୍ମାନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଦସ୍ୟାମାନଙ୍କଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ପ୍ରଫେସର (ଡ଼ା) ଅଶୋକ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡଃ ପ୍ରତିଭା ମହାରଥୀ ଯୋଗ ଦେଇଥିଲେ।

Scroll to Top